pakka

ବ୍ରହ୍ମପୁରର ଆମ୍ବପୁଆରେ ନବରାତ୍ରପୂଜା ସମାହିତ, ବର୍ଣ୍ଣାଢ୍ୟ ସମ୍ଭାରରେ ବିଜୟଦଶମୀ ପାଳିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରୀ ୪୦ନଂ. ୱାର୍ଡ ଅନ୍ତର୍ଗତ ଆମ୍ବପୁଆ ଅଞ୍ଚଳରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଦେବୀ ଦୁର୍ଗାଙ୍କ ନବରାତ୍ର ପୂଜା ବିଧିବଦ୍ଧ ଭାବେ ସମାହିତ ହୋଇଯାଇଛି । ଆମ୍ବପୁଆ ସ୍ଥ ଶ୍ରୀଶ୍ରୀ ଜଗନ୍ନାଥମନ୍ଦିର ପରିସରରେ ପାର୍ଶ୍ୱ ଦେବାଦେବୀଙ୍କ ମଧ୍ୟରେ ପୂଜା ପାଉଥିବା ମା’ ବିମଳା ଦେବୀଙ୍କ ପୀଠରେ ଚଳିତ ବର୍ଷ ଅଗଣିତ ଶ୍ରଦ୍ଧାଳୁ-ଭକ୍ତଙ୍କ ଗହଣରେ ଯଥାରୀତିରେ ନବରାତ୍ର ପୂଜା ଆରମ୍ଭ ହୋଇ ମା’ଙ୍କ ଦୈନିକ ପୂଜାର୍ଚ୍ଚନା ସହ ସମାହିତ ହୋଇ ପବିତ୍ର ବିଜୟାଦଶମୀ ଉତ୍ସବ ମଧ୍ୟ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ମୁଖ୍ୟ ପୂଜାରୀ ଭାବେ ବୁଲା ପାଢ଼ୀ ଏବଂ କର୍ତ୍ତା ଭାବେ ପୂର୍ବତନ କର୍ପୋରେଟର ଜି.ଗୋପାଳ ରେଡ୍ଡୀ ଦାୟିତ୍ୱ ସମ୍ପାଦନା କରିଆସିଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ମିଳିତ ଉଦ୍ୟମରେ ନବରାତ୍ର ପୂଜା ଏବଂ ବିଜୟା ଦଶମୀ ବର୍ଣ୍ଣାଢ୍ୟ-ସମ୍ଭାରରେ ସମ୍ପାଦନ ହୋଇଥିଲା ।

Leave A Reply

Your email address will not be published.

thirteen − 9 =