pakka

ଶିଶୁ ବିକାଶ କେନ୍ଦ୍ରର ୩୭ତମ ପ୍ରତିଷ୍ଠା ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଏଲ୍‌ ଏଣ୍ଡ ଏସ୍‌ କ୍ଲବ ସଭା କକ୍ଷଠାରେ ଶିଶୁ ବିକାଶ କେନ୍ଦ୍ର, ବଲାଙ୍ଗିରର ୩୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମଦନ ମୋହନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ଅନୁଷ୍ଠାନର ଉପଦେଷ୍ଟା ଜୟରାମ ମିଶ୍ର, ବିକ୍ରମାନନ୍ଦ ବହିଦାର ମଞ୍ଚାସୀନ ଥିଲେ । ଏହି ଅବସରରେ ଆଦର୍ଶ ଶିକ୍ଷୟତ୍ରୀ ରଂଜିତା ରଶ୍ମି ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଆରମ୍ଭରେ ଅନୁଷ୍ଠିତ କଣ୍ଠ ସଂଗୀତ ପ୍ରତିଯୋଗିତାରେ ଲେଖକ ଜ୍ୟୋତିରଞ୍ଜନ ମିଶ୍ର, ଗୀତିକାର ହୃଷିକେଶ ପୁରୋହିତ ଓ କଣ୍ଠଶିଳ୍ପୀ ଧୀରେନ୍ଦ୍ର ନାରାୟଣ ସିଂହଦେଓ ବିଚାରକ ଭାବରେ ଯୋଗଦେଇ ଥିଲେ । ପରେ ପରେ ଅନୁଷ୍ଠିତ ସଭାରେ କସ୍ତୁରୀ ରଥ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ବେଦ ପଠନ କରିଥିଲେ । ଅନୁଷ୍ଠାନର ପତାକା କୁନି କୁନି ପିଲାମାନଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିଲା । ମଂଚାସୀନ ଅତିଥିମାନେ ସାମ୍ପ୍ରତିକ ସମୟରେ ଶିଶୁମାନଙ୍କ ସର୍ବାଙ୍ଗିନ ଉନ୍ନତି ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପିତାମାତାଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ବକୃତା, ପ୍ରବନ୍ଧ ଓ କଣ୍ଠ ସଂଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଭା ପରିଚାଳନା କରିଥିଲେ ଅନୁଷ୍ଠାନର ସମ୍ପାଦକ ରତ୍ନମୟ ତ୍ରିପାଠୀ । ସଭାକୁ ସଫଳ କରିବାରେ ସୁନାଧର ବନଛୋର, ଅରୁଣ କୁମାର ଖୁଆସ, ପ୍ରଶାନ୍ତ ଷଡ଼ଙ୍ଗୀ, ମାନସ ବାଗ, କେଶବ ମିଶ୍ର ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଚୁଡେନ୍ଦ୍ର କୁମାର ବେହେରା ।

Leave A Reply

Your email address will not be published.

two × 3 =