pakka

ବେଙ୍ଗାଲୁରୁରେ ଓଡ଼ିଆ ସାମାଜିକ ସଂସ୍କୃତି କଲ୍ୟାଣ ସଂଗଠନ ଓପିସିର ନୂତନ କର୍ମକର୍ତ୍ତା ନିର୍ବାଚିତ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବେଙ୍ଗାଲୁରୁଠାରେ ଓଡ଼ିଆ ସାମାଜିକ ଓ ସଂସ୍କୃତି କଲ୍ୟାଣ ସଂଗଠନ ତଥା ଓଡିଶା ପୂଜା କମିଟି (ଓପିସି)ର ନୂତନ କର୍ମକର୍ତ୍ତା ନିର୍ବାଚନ ସର୍ବସମ୍ମତି କ୍ରମେ ଅନୁଷ୍ଠିତ ହୋଇଯାଇଛି । ବାଙ୍ଗାଲୁରୁର ପୁରାତନ ସଂଗଠନ “ଓଡିଶା ପୂଜା କମିଟି(ଓପିସି )”ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ପ୍ରଣୟ ସାହୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସାଧାରଣ ସମ୍ପାଦକ ଭାବେ ଅନୁଷ୍ଠାନର ଯୁବ ସଭ୍ୟ ହିମାଂଶୁ ମହାପାତ୍ର ନିର୍ବାଚିତ ହୋଇଛନ୍ତି । ଓଡିଶା ପୂଜା କମିଟି (ଓପିସି)ର ନୂଆକରି ଗଠନ କରାଯାଇଥିବା ମହିଳା ଶାଖାର ଉପସଭାନେତ୍ରୀ ଭାବେ ନମିତା ସାମନ୍ତରା ମନୋନୀତ ହୋଇଛନ୍ତି । ଅନୁଷ୍ଠାନର କୋଷାଧ୍ୟକ୍ଷ ଭାବେ ଧୀରେନ୍ଦ୍ର ଧଳ ମନୋନୀତ ହୋଇଛନ୍ତି । ଏହା ବ୍ୟତିତ ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତାମାନେ ପ୍ରିୟବ୍ରତ ଦାସ, ଯୁଗ୍ମ-ସମ୍ପାଦକ (ସାଂସ୍କୃତିକ), ପ୍ରଭୁଦତ୍ତ ଧଳ ଯୁଗ୍ମ ସମ୍ପାଦକ(ଗଣମାଧ୍ୟମ ଓ ସୂଚନା- ପ୍ରସାର), ସୌମ୍ୟରଞ୍ଜନ ମହାନ୍ତି ଯୁଗ୍ମ- ସମ୍ପାଦକ(ସାମାଜିକ କାର୍ଯ୍ୟ), ଅଜିତ ପଣ୍ଡା ଯୁଗ୍ମ ସମ୍ପାଦକ (ପୂଜା ଆସର ଓ ପାର୍ବଣ), ଚିନ୍ମୟ ମହାନ୍ତି ଯୁଗ୍ମ ସମ୍ପାଦକ(ଲୋକ ସମ୍ପର୍କ), ବିନୟ ସାହୁ ଯୁଗ୍ମ ସମ୍ପାଦକ(ଯୋଗାଯୋଗ), ସୁସ୍ମିତା ପଣ୍ଡା ମହିଳା ଶାଖାର ଯୁଗ୍ମ ସମ୍ପାଦକ(ସାମାଜିକ କାର୍ଯ୍ୟ), ଦେବାନନ୍ଦ ସାହୁ ଉପକୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଏହା ବ୍ୟତୀତ କାର୍ଯ୍ୟକାରୀ ସଦସ୍ୟ ଭାବେ ପ୍ରଶାନ୍ତ ବର୍ଦ୍ଧନ, ଦେବାଶିଷ ସାହୁ, ସ୍ନେହାଶିଷ ମଲିକ, ନଳିନୀ ବେହେରା, ସୁଜିତ ଦାସ, ଜୟଦେବ ଜେନା, ଚିତ୍ତ ମହାନ୍ତି, ରାଜେନ୍ଦ୍ର ପ୍ରସାଦ, ଦୀପକ କୁମାର, ଅଲିଭ ତ୍ରିପାଠୀ, ଜଗତ ପଟ୍ଟନାୟକ, ସଂଗ୍ରାମ ମହାନ୍ତି, ଓମ୍‌ ପ୍ରସାଦ ମହାପାତ୍ର, ସନ୍ତୋଷ ବେହେରା, ସ୍ୱୟଂ ପ୍ରକାଶ ପଣ୍ତା ଏବଂ ପ୍ରତାପ ବାରିକ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ସେହିପରି ମହିଳା ଶାଖାର କାର୍ଯ୍ୟକାରୀ ସଦ୍ୟସା ଭାବେ ଆଶାରାଣୀ ସାହୁ, ଜୁଏଲ ପଣ୍ଡା, ଖୁସୀ ଧଳ, ଜ୍ୟୋତିଶ୍ରୀ ରାମ ଓ ସ୍ମୃତିଶିଖା ପଣ୍ଡା ମନୋନୀତ ହୋଇଛନ୍ତି । ପବିତ୍ର ଦଶହରା ପର୍ବ ସମାରୋହ ଅବସରରେ ନୂତନ କର୍ମକର୍ତ୍ତାମାନଙ୍କର ନାମ ଓ ଦାୟିତ୍ୱକୁ ସଂଗଠନର ଉପଦେଷ୍ଟା ନିହାର ସମାନ୍ତରା ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ ।

Leave A Reply

Your email address will not be published.

five − two =