pakka

ଟାଟା ମ୍ୟାଜିକ୍‌କୁ ଧକ୍କା ଦେଇ ବାଇକ ଆରୋହୀ ମୃତ

kalikesh

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସୁନାପାଙ୍ଗାରେ ଛିଡା ହୋଇଥିବା ଟାଟା ମ୍ୟାଜିକ୍‌ର ପଛପଟୁ ଏକ ବାଇକ ଆରୋହୀ ଆସି ଟାଟା ମ୍ୟାଜିକକୁ ଧକ୍କା ଦେଇଥିଲା ଫଳରେ ଭାରସାମ୍ୟ ହରାଇ ଓଡି-୧୨-ଏ -୬୫୭୩ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ବାରଖମା ପାତ୍ର ସାହିର ମଙ୍ଗରାଜ ଘଡେଇ (୩୫) ବୋଲି ଜଣାପଡିଛି । ଆଜି କୌଣସି କାମରେ ଘରକୁ ଫେରୁଥିବା ବେଳେ ସୁନାପାଙ୍ଗା ନିକଟରେ ଦୁର୍ଘଟଣା ଘଟିଥିଲା । ଖବର ପାଇ ସମାଜସେବୀ ରାମାନନ୍ଦ ଘଡ଼ାଇଙ୍କ ସହ ବିଜେପିର ନେତୃବୃନ୍ଦ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ଗୁରୁତର ଅବସ୍ଥାରେ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଏସ୍‌ଡିପିଓ ମନୋଜ ପୁଜାରି ପହଞ୍ଚି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି ।

pp
Leave A Reply

Your email address will not be published.

1 + 17 =