ସଇଁତଲା ୩୨ ନଂ ଜୋନରେ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ଭୋଇ ପ୍ରଥମ ରାଉଣ୍ଡରେ ୨୪୯ ଭୋଟରେ ଆଗୁଆ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ୩୨ ନମ୍ବର କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ ୨୪୯ ଭୋଟରେ ଆଗୁଆ ହୋଇଛନ୍ତି । ଆଜି ସଇଁତଲା କଲେଜ ପରିସରରେ ୩୨ ନଂ ଜୋନ୍‌ରେ ଭୋଟ ଗଣତି ଆରମ୍ଭ ହୋଇଯାଇଥିବା ବେଳେ ଏହା ଡେଙ୍ଗା, ଆମ୍ବପାଲି, କନ୍ଧକେଲଗାଁ, କେରମେଲି, ତାଳବାହାଲ, କୁମ୍ଭାରୀ, ବିବିନା, ସଇଁତଲା ଓ ବୁଢାବାହାଲ ପଞ୍ଚାୟତକୁ ନେଇ ଗଠିତ । ଏଥିରେ ସଇଁତଲା ବିଡିଓ ତଥା ନିର୍ବାଚନ ଅଧିକାରୀ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଏଥିରେ ବିଜେଡ଼ି ଦଳ ତରଫରୁ ପାଣ୍ଡବ ସାହୁ ବିଜେପିରୁ ତ୍ରିନାଥ ସାହୁ ଓ କଂଗ୍ରେସ ଦଳରୁ ପ୍ରମୋଦ ଭୋଇ ମଇଦାନକୁ ଓଲ୍ଲାଇଛନ୍ତି । ଏହାର ପ୍ରଥମ ରାଉଣ୍ଡରେ ୨୪୯ ଭୋଟରେ ଜିଲ୍ଲା ପରିଷଦରେ କଂଗ୍ରେସ ଆଗୁଆ ରହିଛି । ଏହି ଗଣତି ସମୟରେ ତହସିଲଦାର ସୁରେନ୍ଦ୍ର ମେହେର, ଆଇଆଇସି ଅବନୀ ସାହୁ, ମାଜିଷ୍ଟ୍ରେଟ ଲଳିତ ବାଗ, ଜିଲ୍ଲା ନୋଡାଲ ନିର୍ବାଚନ ଅଧିକାରୀ ରୀନା କୁମାରୀ ନାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି ।

Leave A Reply

Your email address will not be published.