ଓଏସ୍‌ଏପି ସପ୍ତମ ବାଟାଲିୟନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶାହା ଚାରିଟେବୁଲ ଟ୍ରଷ୍ଟ ସୌଜନ୍ୟରେ ଓଏସଏପି ସପ୍ତମ ବାଟାଲିୟନ ପରିସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ସପ୍ତମ ବାଟାଲିୟନ, ଭୁବନେଶ୍ୱର କ୍ୟାମ୍ପସ ପରିସରରେ ସମସ୍ତ ସିପାହୀ ଏହି ଚାରାରୋପଣ କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ଓଏସ୍‌ଏପି ସପ୍ତମ ବାଟାଲିୟନ ପରିସରରେ ୨୫୦ ଆମ୍ବ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଡିଜି ଶରତ ଚନ୍ଦ୍ର ମିଶ୍ର ଯୋଗଦେଇ ବୃକ୍ଷ ରୋପଣ କରିବା ସହ ଏହାର ଯତ୍ନ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଏସ୍‌ଏପି ଡେପ୍ୟୁଟୀ କମାଣ୍ଡାଣ୍ଟ ବିଜୟ କୁମାର ସାହୁ ଏବଂ ସୁଜ୍ଞାନ ଚୈଧୁରୀ, ହେମନ୍ତ କୁମାର ଦାସ, ଲଳିତେନ୍ଦୁ ମହାନ୍ତି, ଦୁଷ୍ମନ୍ତ କୁମାର ମହାପାତ୍ର, ସଭାପତି ବିନୋଦ ବଳ, ସମ୍ପାଦକ ଚନ୍ଦ୍ରଶେଖର ଶ୍ରୀଚନ୍ଦନ ଏବଂ ଅନେକ ପୋଲିସ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ମାରୱାଡ଼ି ଯୁବମଞ୍ଚର ମନିଷ ଖଣ୍ଡେଲୱାଲ, କିଷନ ବଲଦିଆ ଏବଂ ଟ୍ରେଜରୀ-ହରିଶ ଅଗ୍ରୱାଲ, ଢେଙ୍କାନାଳର ଯୁଗୋଳ କିଶୋର ଚାଣ୍ଡକ, ଚଣ୍ଡିଖୋଲର ଦେବଦତ୍ତ ବଳିୟାର ସିଂହ, ଯାଜପୁରର ସନ୍ତୋଷ କୁମାର ସାହୁ ଓ ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନ ବାବା । ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ପୋଲିସ କ୍ୟାମ୍ପସ୍‌ ଏବଂ ଅନେକ ସ୍ଥାନରେ ଶାହା ଚାରିଟେବୁଲ ଟ୍ରଷ୍ଟ ବୃକ୍ଷ ରୋପଣ କରି ଆସୁଥିବାରୁ ଓଏସ୍‌ଏପି ଡେପ୍ୟୁଟୀ କମାଣ୍ଡାଣ୍ଟ ବିଜୟ କୁମାର ସାହୁ ଶାହା ଚାରିଟେବୁଲ ଟ୍ରଷ୍ଟକୁ ଭୂୟସୀ ପ୍ରଶଂସା କରିଥିଲେ ।

ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଇଁ ସହାୟତା ପ୍ରଦାନ କରିଛନ୍ତି ଢେଙ୍କାନାଳ ନିବାସୀ ଯୁଗୋଳ କିଶୋର ଚାଣ୍ଡକ-କମଳା ଦେବୀ ତାଙ୍କ ଝିଅ ସ୍ୱର୍ଗୀୟା ଡା. ଶୀତଲ ଚାଣ୍ଡକଙ୍କ ସ୍ମୃତିରେ ଏବଂ ଭୁବନେଶ୍ୱରର ଜଣେ ଶୁଭଚିନ୍ତକ । ଏହି ସାମାଜିକ ସେବାରେ ସହାୟତା ପ୍ରଦାନ କରିଥିବାରୁ ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନ ବାବା ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଓଡ଼ିଶାର ପ୍ରକୃତିକୁ ସୁରକ୍ଷା ଦେବା ଓ ପରିବେଶ ସୁରକ୍ଷା ପାଇଁ ପ୍ରକୃତିପ୍ରେମୀ, ଶୁଭେଚ୍ଛୁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି ।
ସାହା ଚାରିଟେବୁଲ ଟ୍ରଷ୍ଟର ତଥା ଗ୍ରୀନଡ୍ରାଇଭର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାର ପ୍ରାକୃତିକ ପରିବେଶକୁ ସବୁଜ ସୁନ୍ଦର କରିବା ଏବଂ ପରିବେଶର ସୁରକ୍ଷା କରି ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ, ଆଶ୍ରୟସ୍ଥଳ ଏବଂ ଭବିଷ୍ୟତରେ କିଛି ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ଦେଇପାରେ ବୋଲି ଏହି ଅନୁଷ୍ଠାନର ମୁଖ୍ୟସଂଗଠକ ଜୀବନ ବାବା ସୂଚାଇଛନ୍ତି ।

Leave A Reply

Your email address will not be published.