csstore

ପୁରାତନ ଛାତ୍ର ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ହାଇସ୍କୁଲର ପୁରାତନ ଛାତ୍ର ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋହଳ କୋଭିଡ କଟକଣା ମଧ୍ୟରେ ଏହି ଉତ୍ସବ ପାଳନ କରାଯାଇଥିଲା । ଚଳିତ ବର୍ଷ ବରପାଲି ହାଇସ୍କୁଲର ୭୫ ତମ ପ୍ରତିଷ୍ଠା ଦିବସ ପାଳିତ ହେବାକୁ ଥିବା ବେଳେ ମାଟ୍ରିକ ବ୍ୟାଚ୍‌ର ୫୦ ତମ ବର୍ଷ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମର ୨୫ତମ ବର୍ଷ ହେଉଥିବାରୁ ଏହି ଅବସରରେ ଏକ ସ୍ମରଣିକା ପ୍ରକାଶିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଏଥିପାଇଁ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର କରାଯାଇଥିଲା । ବୈଠକରେ ମହେନ୍ଦ୍ର କୁମାର ମେହେର, ଯୋଗେନ୍ଦ୍ର ମେହେର, ଗଂଗାଧର ମହାନନ୍ଦ ତଥା ବହୁ ପୁରାତନ ଛାତ୍ର ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.