ଖାଦ୍ୟ ସୁରକ୍ଷା ଯୋଜନାରେ ଅନିୟମିତତା ଅଭିଯୋଗ

ସିନାପାଲି, (ନିରାକାର ମେହେର) : ଦେଶର ପ୍ରତି ଗରିବଙ୍କୁ ଆହାର ଦେବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଚାଉଳ, ଗହମ ଆଦି ଯୋଗାଇ ଦେବାର ନିୟମ ରହିଛି । ସିନାପାଲି ବ୍ଲକ ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତରେ ଏହି ଯୋଜନାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସାମଗ୍ରୀ ଯୋଗାଇ ଦେଉଥିବା ଯୋଗାଣକାରୀ ଓଜନ କମ୍‌ କରି ଦେଉଥିବା ବିଷୟରେ ରାମେଶ୍ଵର ତାଣ୍ଡି ନେଇଥିବା ୨ ବସ୍ତା ଚାଉଳରୁ ଜଣାପଡିବା ପରେ ସେ ଅଭିଯୋଗ କରିଥିଲେ । ସତ୍ୟାସତ୍ୟ ଜାଣିବା ପାଇଁ ବସ୍ତାଗୁଡିକୁ ଓଜନ କରାଯିବା ଫଳରେ ଗୋଟିଏ ବସ୍ତାରେ ୪୪.୫୨୦ କିଲୋ ଥିବା ବେଳେ ଅନ୍ୟ ଏକ ବସ୍ତାରେ ୪୭.୯୯୦ ଓଜନ ଆସିଥିବା ଜଣାପଡିଛି ।

Leave A Reply

Your email address will not be published.