ଭାରତ ବନ୍ଦ ଡାକରାକୁ ସଇଁନ୍ତଲା କଂଗ୍ରେସର ସମର୍ଥନ : ମୋଦିଙ୍କ ଉପରେ ବର୍ଷିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବୀରେ କୃଷକ ସଂଗଠନ ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସମେତ ସଇଁନ୍ତଲା କଂଗ୍ରେସ ଦଳ ସମର୍ଥନ କରିଥିବା ସହ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇଥିଲେ । ତେବେ ଆଜି ସକାଳ ୬ଟାରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ସକାଳୁ ସକାଳୁ ବିଭିନ୍ନ କୃଷକ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି । ସକାଳୁ ଖୋଲୁଥିବା ଜାତୀୟ ରାଜପଥ ୨୬ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ସାମ୍ନାରେ ଧାରଣା ଦିଆଯାଇଥିବା ବେଳେ ଗାଡି ମଟର ଚଳାଚଳ ସ୍ୱାଭାବିକ ଭାବେ ବନ୍ଦ ଥିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଅନ୍ୟପଟେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି ରହିଛନ୍ତି । ତେବେ ସାଧାରଣ ଖଟିଖିଆ ଲୋକଙ୍କ ଉପରେ ଅନେକ ପ୍ରଭାବିତ ପଡୁଥିବା ବେଳେ ବିଭିନ୍ନ ଦର ବୃଦ୍ଧି ହେବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଲୋକେ ନାହିଁନଥିବା ଅବସ୍ଥାରେ ଦିନ କାଟୁଛନ୍ତି । ଯଦି କେନ୍ଦ୍ର ସରକାର କଳାକୃଷି ଆଇନକୁ ପ୍ରତ୍ୟାହାର ନ କରନ୍ତି ଆଗାମୀ ଦିନରେ ରାଜ ରାସ୍ତାରେ ନିଆଁ ଜଳିବ ବୋଲି ଅନେକ କଥାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂଭୋଇ ବର୍ଷି ଥିଲେ ।ବ୍ଳକ କିଷାନ କଂଗ୍ରେସ ସଭାପତି ଉତ୍ତମ ପଟେଲ, କୃଷ୍ଣଚନ୍ଦ୍ର ସାହୁ, ନିଖିଳ ଉତ୍କଳ ଚାଷୀ ମୂଲିଆ ସଭାପତି ପ୍ରେମ ଭୋଇ, ବ୍ଳକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ, ଦୀପକ ଅଗ୍ରୱାଲ, ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ମିଡ଼ିଆ ସେଲ ସଂଯୋଜକ ସୁବ୍ରତ ବେହେରା, ରଜତ ପଟ୍ଟନାୟକ, ଅନ୍ତ କାଲସାଏ, ପୂର୍ବତନ ସମିତି ସଭ୍ୟ ରଞ୍ଜିତ ସିଂ, ଧରପଗଡ଼ ସରପଞ୍ଚ ପ୍ରେମ ପାଣ୍ଡେ, ଶିଷକେଲା ସରପଞ୍ଚ ଉମାକାନ୍ତ ରଣା, ଗଦାଧର ସାହୁ, ଗୋପାଳ ମନହୀରା, ଦୁଃôଖ ଶ୍ୟାମ ସାହୁ, ଧ୍ରୁବ ରଣା, ମେଘନାଦ ପଧାନ ପ୍ରମୁଖ ସାମିଲ ହୋଇଥିବା ବେଳେ ଶେଷରେ ଚନ୍ଦ୍ର ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.