ଟିଟିଲାଗଡ଼-ବେଲଗାଁ ରାସ୍ତାରେ ବାଇକ ଦୁର୍ଘଟଣା ଘଟି ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ବେଲଗାଁ ରାସ୍ତାରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପଞ୍ଚାୟତ ତୁକଲା ଗ୍ରାମର ରାଜେଶ କୁମାର ଦାସ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଯୁବକ ପଡ଼ିଥିବା ଦେଖି ସେହି ରାସ୍ତା ଦେଇ ଯାଉଥିବା ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବର ପାଇ ଆମ୍ବୁଲାନ୍ସ ପହଂଚି ଯୁବକଙ୍କୁ ଟିଟିଲାଗଡ ଡାକ୍ତରଖାନାକୁ ଆଣିଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସୁଚନା ଅନୁସାରେ ରାଜେଶ ଟିଟିଲାଗଡ ବେଲଗାଁ ରାସ୍ତାରେ ସକାଳ ୮ଟା ସମୟରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ଜଣାପଡିଛି । ଟିଟିଲାଗଡ ପୋଲିସ ଖବର ପାଇ ଡାକ୍ତରଖାନାକୁ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ଟିଟିଲାଗଡ ପୋଲିସ ପାଖରୁ ଖବର ପାଇ ପରିବାର ଲୋକେ ଟିଟିଲାଗଡ ଡାକ୍ତରଖାନାକୁ ପହଂଚିଛନ୍ତି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.