ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୩୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ରହିଥିବା ବେଳେ ବରଗଡ଼ ଏବଂ କଟକରୁ ୫ ଜଣ ଲେଖାଏଁ ରହିଛନ୍ତି । ଝାରସୁଗୁଡ଼ା ଏବଂ ପୁରୀରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ, କୋରାପୁଟରୁ ୩ ଜଣ ଲେଖାଏଁ ରହିଛନ୍ତି । ସେହିପରି ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଥିବା ବେଳେ କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.