ମହିଳାଙ୍କୁ ଛୁରୀ ମାରି ଲୁଟ୍‌ ଘଟଣା : ଅଭିଯୁକ୍ତକୁ ଗିରଫ କଲା ସ୍ପେଶାଲ୍‌ ସ୍କ୍ଵାର୍ଡ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି କଲୋନୀରେ ମହିଳାଙ୍କୁ ଛୁରୀ ମାରି ଲୁଟ୍‌ ଘଟଣାରେ ଅଭିଯୁକ୍ତ ଗିରଫ କରି ସ୍ପେଶାଲ୍‌ ସ୍କ୍ଵାର୍ଡ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରୁଛିଥିବା ଜଣାପଡିଛି । ଗତ ୩୧ ତାରିଖ ସକାଳେ ଅଂଶୁ ଗୁପ୍ତା ନାମକ ଜଣେ ମହିଳା ପରିବା କିଣିବା ପାଇଁ ଯାଉଥିବା ସମୟରେ ନୟାପଲ୍ଲୀ ଭିଆଇପି ରୋଡରେ ତାଙ୍କୁ ଜଣେ ଦୁର୍ବୃତ୍ତ ଏକୁଟିଆ ଦେଖି ପିଛା କରିଥିଲା । ମହିଳାଙ୍କ ପାଖରୁ ଲୁଟ୍‌ ପାଇଁ ଉଦ୍ୟମରେ ବିଫଳ ହେବା ପରେ ଏକ ଛୁରୀ ବାହାର କରି ଆକ୍ରମଣ କରିଥିଲା । ସିସିଟିଭି ଫୁଟେଜରେ କଏଦ ହୋଇଥିଲା ସଂପୂର୍ଣ୍ଣ ଦୃଶ୍ୟ। ଏହାପରେ ଅଭିଯୁକ୍ତକୁ ଧରିବା ପାଇଁ ଗଠନ ହୋଇଥିଲା ସ୍ୱତନ୍ତ୍ର ଟିମ ।

Leave A Reply

Your email address will not be published.