csstore

ଭିଜିଲାନ୍ସ ଜାଲରେ ଟିଡିସିସି ଜିଲ୍ଲା ପରିଚାଳକ

ସୁନ୍ଦରଗଡ଼ : ଆଜି ଭୋର ପ୍ରାୟ ୫ଟା ୩୦ ମିନିଟ ସମୟରେ ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିଡିସିସି)ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି ରାଉରକେଲା ମଣ୍ଡଳ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ ସକାଳୁ ସୁନ୍ଦରଗଡ଼ ସହରରୁ ଏକ କାର ଯୋଗେ ଟଙ୍କା ନେଇ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୂଜାରୀଙ୍କ ନେତୃତ୍ଵରେ ଏକ ଟିମ ତାଙ୍କୁ ପିଛା କରି ମସ୍ନିକାନୀଟୋଲ୍ ପ୍ଲାଜା ଠାରେ ଅଟକାଇ ଯାଞ୍ଚ କରିଥିଲେ । ଗାଡିରେ ୧୮ ଲକ୍ଷ ୮୦ ହଜାର ପାଞ୍ଚ ଶହ ଟଙ୍କା ଥିବା ଜଣା ପଡିଥିଲା । ତେବେ ଏତେ ଟଙ୍କା କେଉଁଠାରୁ ଆସିଲା, ସେ ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷ ଜନକ ଉତ୍ତର ଜୟପ୍ରକାଶ ମାହାନ୍ତି ଦେଇ ପାରିନଥିଲେ । ଶେଷରେ ତାଙ୍କୁ ଭିଜିଲାନ୍ସ ଅଫିସକୁ ଅଣାଯାଇଥିଲା । ରାଉରକେଲା ଭିଜିଲାନ୍ସ ପକ୍ଷରୁ କେଶ ନମ୍ବର ୦୫/୨୦୨୧ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ।

jayashree
Leave A Reply

Your email address will not be published.