ଜିଲ୍ଲାରେ ବୁଲିଲା ସଚେତନତା ରଥ : କୋଭିଡ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ସ୍ୱେଛାସେବୀ ଅନୁଷ୍ଠାନ ଏକସନଏଡ଼ର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ଗ୍ରାମ୍ୟଞ୍ଚଳରେ ସାମ୍ପ୍ରତିକ କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ କୋଭିଡ ସଚେତନତା ରଥକୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଛନ୍ତି । କୋଭିଡ କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ୧୦-୩୦ ମି ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ରଥ ଜିଲ୍ଲାର ବୀରମହାରାଜପୁର, ସୋନପୁର, ତରଭା, ଉଲୁଣ୍ଡା ଓ ବିନିକା ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ସରକାରଙ୍କ କୋଭିଡ ମାର୍ଗଦର୍ଶିକାର ଅନୁପାଳନ ତଥା କୋଭିଡ ସମ୍ୱନ୍ଧୀୟ ସଚେତନତା କରିବ । ଏହି ଅଭିଯାନ ରଥ ବିଭିନ୍ନ ବ୍ଲକର ଗ୍ରାମ୍ୟଞ୍ଚଳ ପରିକ୍ରମା ସମୟରେ ସ୍ୱେଛାସେବୀ ଅନୁଷ୍ଠାନ ରେଆର- ସୋନପୁର, ଗ୍ରାମ ଉତଥାନ-ଉଲୁଣ୍ଡା, ହେଲ୍ପ ଟୁ ଅଦର-ବିନିକା, ଏସଏସଆଇୱାଇଏ -ବୀରମହାରାଜପୁର, ଯୁବ ମହାସଂଘ -ଉଲୁଣ୍ଡା, ଜିଲ୍ଲା ଚାଇଲଡ ଲାଇନ ଅନୁଷ୍ଠାନର ସଭ୍ୟ -ସଭ୍ୟା ପ୍ରଭୁତି ସଚେତନତା କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ସାମିଲ ରହି ପରିଚାଳନା କରିବେ । ଏହି ମହତ କାର୍ୟ୍ୟରେ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସ୍ୱତଃଯୋଗଦାନ ପାଇଁ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବାରେ ସହାୟ ହେବ ବୋଲି କହିଛନ୍ତି । ଆଜିର ଏହି ଶୁଭ ମୁହୁତ୍‌ର୍ତ୍ତରେ କାର୍ଯ୍ୟକ୍ରମ ପରିଚାଳକ -ଏକସନଏଡ଼ ଘାସିରାମ ପଣ୍ଡା, ସମ୍ପାଦକ- ରେଆର ଅନଙ୍ଗ ନେଗୀ, ସଭାପତି-ସିୟା, ସୁଦାମ ଗାଏଗରୀଆ, ଗ୍ରାମ ଉତଥାନ, ହେଲ୍ପ ଟୁ ଅଦର, ୟୁବ ମହାସଂଘର କର୍ମକର୍ତ୍ତା ଲକ୍ଷ୍ମଣ ସା, ସୁଶାନ୍ତ ଭୋଇ, ଗତିକୃଷ୍ଣ ମିଶ୍ର, ଅମ୍ବୁଜ ବିହାରୀ ଶତପଥୀ, ସ୍ୱାଧୀନ କୁମାର ମେହେର, ମହେଶ ପୁରୋହିତ ଉପସ୍ଥିତ ରହିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ଏକସନଏଡ଼-ରାକେଶ ପ୍ରଧାନ, ଜିଲ୍ଲା ଜରୁରୀ ଅଧିକାରୀ ମୁକ୍ତେଶ୍ଵର ପାଣିଗ୍ରାହୀ, ଜିଲ୍ଳା ସ୍ୱଳ୍ପ ସଂଚୟ ଅଧିକାରୀ ହରିଚରଣ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.