ସାମ୍ବାଦିକ କରୁଣାକରଙ୍କ କରୋନାରେ ମୃତ୍ୟୁ : ଅନୁକମ୍ପା ମୂଳକ ସହାୟତା ପାଇଁ ଦାବୀ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ଅନୁପମଭାରତର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ସାମ୍ବାଦିକ କରୁଣାକର ସାହୁ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ଗତ ତିନିଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ କରୋନା ପୋଜିଟିଭ ବାହାରିଥିବା କୁହାଯାଏ । ସେ ହିଞ୍ଜିଳିକାଟୁ ହସ୍ପିଟାଲରେ ଚିକିତ୍ସାଧୀନ ଥାଇ ଗତକାଲି ପୂର୍ବାହ୍ନରେ ମୃତ୍ୟୁବରଣ କରିଥିଲେ । ସେ ଦୀର୍ଘ ୨୫ବର୍ଷ ଧରି ଅନୁପମଭାରତର ପ୍ରତିନିଧିତ୍ୱ କରି ଆସିଥିବା ସାଂଗକୁ ଏଥି ପୂର୍ବେପୂର୍ବେ ସେ ଦୈନିକଆଶାକୁ ବି ଖବର ପ୍ରେରଣ କରୁଥିଲେ । ତାଙ୍କର ମୃତ୍ୟରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁରେ ପ୍ରାକ୍ତନ ଦୈନିକଆଶା ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ରବିରଥ, ହୃଷିକେଶ ମହାନ୍ତି, ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ମୃତ୍ୟର ସନ୍ଧ୍ୟାରେ ଶେରଗଡ଼ ତହସିଲଦାର ଦୟାସିନ୍ଧୁ ପରିଡା ଓ ଷ୍ଟାଫ ସହ ସ୍ୱର୍ଗତ ସାହୁଙ୍କ ଘରକୁ ଯାଇ ପ୍ରାରମ୍ଭିକ ସ୍ତରରେ ୨୫ହଜାର ଟଙ୍କାର ଏକ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାଯାଏ ।

Leave A Reply

Your email address will not be published.