ସଂକ୍ରମଣକୁ ଦେଖି ପ୍ରଶାସନ ସଜାଗ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବଢ଼ିଚାଲିଛି । ପ୍ରତି ଦିନ ୨୦୦ ରୁ ଅଧିକ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳୁଛି। ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ଏକ ବଡ ସବ-ଡିଭିଜନ । ଏଠାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଟିଟିଲାଗଡରେ ପ୍ରତି ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋମବାର ଦିନ ୪୧ ଜଣ ଓ ମଙ୍ଗଳବାର ଦିନ ୨୭ ଜଣ ସଂକ୍ରମିତଙ୍କ ସୂଚନା ମିଳିଛି । ଗୋଟିଏ ପଟେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି, ଅନ୍ୟପଟେ ପ୍ରଶାସନର ଟିଟିଲାଗଡ ବାସୀଙ୍କୁ ବାରମ୍ବାର ସଜାଗ କରିବାରେ ଲାଗିଛି । ଆଜି ଟିଟିଲାଗଡ ତହସିଲଦାର ପ୍ରେମଲାଲ୍ ହିଆଲ ସନ୍ଧ୍ୟା ୬ଟା ସମୟରେ ରାତ୍ରୀକାଳୀନ କର୍ଫ୍ୟୁ ଆରମ୍ଭ ସମୟରେ ସହରର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ଦୋକାନ ବନ୍ଦ କରିବା ସହ ଅମାନିଆ ମାନଙ୍କୁ ତାଗିଦ୍ ମଧ୍ୟ କରିଥିଲେ । ଯେଉଁ ଅମାନିଆ ମାନେ କରୋନା ନିୟମକୁ ଉଲଂଘନ କରୁଛନ୍ତି ସେମାନଙ୍କ ପ୍ରତି ଟିଟିଲାଗଡ ପୋଲିସ ପ୍ରଶାସନକୁ ମଧ୍ୟ କଠିନ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କରୋନ କଟକଣାକୁ ମାନିବା ପାଇଁ ପ୍ରଶାସନ ଦ୍ବାରା ସହରରେ ବାରମ୍ବାର ତାଗିଦ କରିବା ସତ୍ତ୍ୱେ ଅନେକ ସ୍ଥାନରେ ଲୋକେ ନିୟମ ପାଳନ କରୁନଥିବା ଦେଖିବାକୁ ମିଳୁଛି । ତେଣୁ ପ୍ରଶାସନ ଦ୍ଵାରା ଆହୁରି ଅଧିକ କଠିନ କଟକଣା ଜାରି କରିବା ଉଚିତ୍ ବୋଲି ବୁଦ୍ଧିଜୀବୀ ମାନଂକ ମହଲରେ ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.