ଆଜିଠୁ ରାୟପୁର ଲକ୍‌ଡାଉନ : ଜିଲ୍ଲାରୁ ଅତ୍ୟାବଶ୍ୟକ ସାମଗ୍ରୀ ଉଭାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମା ସମେତ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳର ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରୁ ରାୟପୁର ବଜାରରୁ ଆସୁଥିବା ସାମଗ୍ରୀ ଆଜି ସଂଧ୍ୟାରୁ ଉଭାନ ହୋଇଗଲାଣି । ଅପରପକ୍ଷରେ ଲୋକେ ଦର ବୃଦ୍ଧି ଭୟରେ ବିଶେଷ କରି ତେଜରାତି ସାମଗ୍ରୀ କିଣି ନେଉଥିବା ପରିଲକ୍ଷିତ ହେଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଛତିଶଗଡ ରାଜ୍ୟରେ କରୋନା ସପ୍ସକ୍ରମଣର ବର୍ଦ୍ଧିତ କଳେବରକୁ ଦୃଷ୍ଟିରେ ରଖି ରାଜଧାନୀ ରାୟପୁରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏଥି ସହ ସମଗ୍ର ରାୟପୁର ଜିଲ୍ଲାରେ ୧୦ ଦିନିଆ ଲକ ଡାଉନ ଘୋଷଣା କରାଯାଇଛି । ଆଜି ସଂଧ୍ୟାରୁ ୧୯ ତାରିଖ ପର୍ୟ୍ୟନ୍ତ ଜିଲ୍ଲାରେ ଲକ ଡାଉନ୍ କରାଯିବ ବୋଲିି ରାୟପୁର ଜିଲ୍ଲାପାଳ ଏମ ଭାରତୀ ଘୋଷଣା କରିଛନ୍ତି । ଏହି ସମୟରେ ଜିଲ୍ଲାର ସମସ୍ତ ସୀମା ସିଲ୍ ରହିବ ବୋଲି କହିଛନ୍ତି । ଫଳରେ ୧୦ ପର୍ୟ୍ୟନ୍ତ ଆଉ କ୍ଷକଚ୍ଚତହିଁ ମାଲ ପରିବହନ ହୋଇ ନ ପାରିବା ଦୃଷ୍ଟିରୁ ଅସାଧୁ ବ୍ୟବସାୟୀମାନେ ଏଭଳି ପନ୍ଥା ଆପଣେଇ ଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ଦାବଷ କରାଯାଇଛି ।

Leave A Reply

Your email address will not be published.