jayashree

ଏନ୍‌ଆଇଟି ରାଉରକେଲାର ୨୪ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଆସନ୍ତା ୧୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ୨୪ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଆସନ୍ତା ୧୨ ସେପ୍ଟେମ୍ବର ୨୦୨୬ ଶନିବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି । ସୂଚନା ମୁତାବକ ଏହି ଉତ୍ସବରେ ଅନୁଷ୍ଠାନର ମୋଟ ୧୨ଟି ବିଭିନ୍ନ ବର୍ଗର ପାଠ୍ୟକ୍ରମରେ ମୋଟ ୨୦୩୩ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯିବ । ଏହା ମଧ୍ୟରେ ୧୫୨୫ ଜଣ ଛାତ୍ର ଏବଂ ୫୦୮ଜଣ ଛାତ୍ରୀ ରହିଥିବା ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରୁ ୪୭ଜଣ ବିଦେଶୀ ଛାତ୍ରଛାତ୍ରୀ ରହିଛନ୍ତି । ଏହା ସହିତ ଉଲ୍ଲେଖନୀୟ କୃତିତ୍ୱ ପ୍ରଦର୍ଶନ ପାଇଁ ବିଭିନ୍ନ ବର୍ଗର ମୋଟ ୮୬ଜଣଙ୍କୁ ମେଡାଲ ଦିଆଯିବା ସହିତ ପୁରସ୍କୃତ କରାଯିବ । ସେହିଭଳି ଉଲ୍ଲେଖଯୋଗ୍ୟ ପୂରାତନ ଛାତ୍ରଭାବେ ଦୁଉଜଣଙ୍କୁ ପୁରସ୍କୃତ କରାଯିବ । ସମାବର୍ତ୍ତନ ସମାରୋହରେ ବରିଷ୍ଠ ଶିକ୍ଷାବୀତ୍‌ ଓ ପ୍ରଶାସନିକ ଅଧିକାରୀ ତଥା ନିତି ଆୟୋଗର ସଦସ୍ୟ ପ୍ରଫେସର ଅଭୟ କରାନ୍ଦିକର ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏଥିରେ ଏନ୍‌ଆଇଟି ରାଉରକେଲା ପରିଚାଳନ ସମିତିର ଅଧ୍ୟକ୍ଷ ତଥା ଏଲ୍‌ ଏଣ୍ଡ୍‌ ଟି ସଂସ୍ଥାର ମୁଖ୍ୟ ଏସ୍‌ ଏନ୍‌ ସୁବ୍ରମଣ୍ୟମ୍‌ ଅଧ୍ୟକ୍ଷତା କରିବେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ, ପାଠ୍ୟକ୍ରମ ବିଭାଗର ମୁଖ୍ୟ ପ୍ରଫେସର ସରୋଜ କୁମାର ପଟେଲ, ସମାବର୍ତ୍ତନ ଉତ୍ସବର ମୁଖ୍ୟ ପ୍ରଫେସର ସିଦ୍ଧାର୍ଥ କୁମାର ଜେନା ଓ ଗଣଯୋଗାଯୋଗ କମିଟିର ମୁଖ୍ୟ ପ୍ରଫେସର ବିବେକାନନ୍ଦ ମଲ୍ଲିକ ତଥା କୂଳସଚିବ ପ୍ରଫେସର ରୋହନ ଧୀମାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠାନର ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.