
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପରିଷଦ ଭବନ (ଛତ୍ରପୁର) ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ସିଧାପ୍ରସାରଣକୁ ଆଭାସୀ ମାଧ୍ୟମ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ସୋରଡ଼ାର ବିଧାୟକ ନୀଳମଣି ବିଷୋୟୀଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଆଇଏଏସ ଶିକ୍ଷାନବିଶ ସୁଶ୍ରୀ ସାରନ୍ୟା, ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପି. କେ. ମହାପାତ୍ରଙ୍କ ସମେତ ଉପସ୍ଥିତିରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ପଦକ୍ଷେପ ଅଙ୍ଗନବାଡ଼ି ସେବାର ଡିଜିଟାଲୀକରଣ ଏବଂ ସେବା ପ୍ରଦାନକୁ ଅଧିକ ସୁଦୃଢ଼ କରିବ ଯାହାକି ମହିଳା ସଶକ୍ତିକରଣକୁ ଆହୁରି ପରିମାର୍ଜିତ ହେବ ବୋଲି ମତପ୍ରକାଶ ପାଇଛି ।