ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲର ୫୨ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଲେଙ୍କାଙ୍କ ସଂଯୋଜନା ଓ ସ୍କୁଲର ଅଧ୍ୟକ୍ଷା ମମତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆରଏସପିର କାର୍ମିକ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ବିଶ୍ୱରଂଜନ ପଲାଇ ମୁଖ୍ୟଅତିଥି, ବିଶ୍ରା ବ୍ଲକ ଶିକ୍ଷାଧିକାରୀ ସୁପ୍ରଭାତ କୁମାର ବେହେରା, ସ୍ୱତନ୍ତ୍ର ଅତିଥି ଦୀପିକା, ମହିଳା ସଂହତିର ଉପସଭାପତି ପ୍ରତିଜ୍ଞା ପଲାଇ ଓ ଆରଏସପିର ମହାପ୍ରବନ୍ଧକ ଅସୀମ କୁମାର ସାବତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅଧ୍ୟକ୍ଷା ଶ୍ରୀମତୀ ନାୟକ ସ୍ୱାଗତ ଭାଷଣ, ସ୍କୁଲର ଲକ୍ଷ୍ୟ ଆଭିମୁଖ୍ୟ ତଥା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ସ୍କୁଲର ପରୀକ୍ଷା ଓ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସଭାପତି ଜ୍ୟୋସ୍ନା ପଟ୍ଟନାୟକ, କମିଟିର ନିର୍ଦ୍ଦେଶକ କ୍ଷିତିସ ଚନ୍ଦ୍ର ଉଦଗାଥା ଉପସ୍ଥିତ ଥିଲେ । ଏହି ଅବସରରେ ସାଗର ରିଦ୍ଦିମ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।