csstore

ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ୍‌ ବାନ୍ଦୁପଲା କ୍ଲଷ୍ଟର ଅନ୍ତର୍ଗତ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନଶିକ୍ଷକ ଜିତେନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଚଲକି ଗ୍ରାମ ପଞ୍ଚାୟତ ସରପଞ୍ଚ ମମତା ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ର ଲିଲୁମୋହନ ପଧାନ ମୁଖ୍ୟବକ୍ତା, ଚଳକି ହାଇସ୍କୁଲର ବରିଷ୍ଠ ଶିକ୍ଷକ ଲୋକନାଥ ହାତୀଫରିଆ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚୈତନ୍ୟ ବାଗ ଓ କମିଟି ସଦସ୍ୟ କିସାନ ନାଗ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଗତ ଦୁଇଦିନ ଧରି ଚାଲିଥିବା ଏହି କ୍ରୀଡା ମହୋତ୍ସବ ଚଲକି ହାଇସ୍କୁଲ ଖେଳପଡ଼ିଆ ଓ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଖେଳ ଶିକ୍ଷକ ମଧୁସୂଦନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଶିଶୁ ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୧୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଉତ୍ସାହର ସହିତ ଭାଗ ନେଇଥିଲେ । ବରିଷ୍ଠ ବର୍ଗରେ ଛାତ୍ରୀ ପଙ୍କଜିନୀ ବାଗ ଓ ଛାତ୍ର ମହେଶ ଭୋଇ ଏଵଂ କନିଷ୍ଠ ବର୍ଗରେ ଛାତ୍ରୀ ପୁଷ୍ପାଞ୍ଜଳୀ ବାଗ ସର୍ବଶ୍ରେଷ୍ଠ କ୍ରୀଡା ପ୍ରଦର୍ଶନ କରି ଚମ୍ପିୟାନ ହୋଇଥିଲେ । ସହକାରୀ ଶିକ୍ଷକ ଭୋଜରାଜ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରକାଶ କୁମାର ପ୍ରଧାନ, ହେମନ୍ତ ମାଝୀ ଓ ସବିତା ମାଝୀ, ସୁରେଶ ବେହେରା ପ୍ରମୁଖ ପ୍ରତିଯୋଗିତା ସଫଳ କରିବାରେ ସହଯୋଗ କରିଥିଲେ । ପରିଶେଷରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇ କୈଳାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିବା ସହିତ ଉତ୍ସବର ସମାପନ ହୋଇଥିଲା ।

jayashree
Leave A Reply

Your email address will not be published.