jayashree

ଅଠର ଦିନ ମଧ୍ୟରେ ତୃତୀୟ ଶ୍ରଦ୍ଧାଞ୍ଜଳି ସଭା

ଟିଟିଲାଗଡ, (ଗୌରବ ଦର୍ଜୀ) : ୨୦୨୦ ମସିହା କରୋନା ମହାମାରୀ ଯୋଗୁଁ ଅଶୁଭ ବୋଲି ସମସ୍ତେ ଜାଣିଥିଲେ। କରୋନା ମହାମାରୀ ଯୋଗୁଁ ଅନେକ ଲୋକ ଅକାଳ ମୃତ୍ୟୁର ସମ୍ମୁଖୀନ ହେଉଥିବା ବେଳେ ୨୦୨୧ ଶୁଭ ଓ ଖୁସିର ବର୍ଷ ହେବ ବୋଲି ସମସ୍ତ ଦେଶ ବାସୀଙ୍କ ଆଶା ରହିଛି । କିନ୍ତୁ ବଲାଙ୍ଗୀର ଜିଲ୍ଲା ପାଇଁ ୨୦୨୧ ମସିହାର ପ୍ରଥମ ମାସ ଦୁଃଖର ମାସ ପାଲଟିଛି । ମାସର ପ୍ରଥମ ୧୮ ଦିନ ମଧ୍ୟରେ ଆଜି ତୃତୀୟ ଥର ପାଇଁ ଶୋକସଭା ପାଳନ କରାଯାଇଛି । ପ୍ରଥମେ ବଲାଙ୍ଗୀରର ସାମ୍ବାଦିକ ସ୍ବର୍ଗତ ଶଙ୍କର ପ୍ରସାଦ ମିଶ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ କରାଯାଇଥିଲା ଏହା ପରେ ଟିଟିଲାଗଡ ସମ୍ବାଦର ପ୍ରତିନିଧି ପ୍ରକାଶ ମହାରଣାଙ୍କ ବିୟୋଗରେ ଏବଂ ଆଜି ମୁରଶବାହାଲ ପ୍ରଗତିବାଦୀ ପ୍ରତିନିଧି ନିମାଇଁ ଚରଣ ବଘାର୍ଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଆଜି ଟିଟିଲାଗଡ ସ୍ଥିତ ଜଲାରାମ ଲଜ୍ରେ ଓଡ଼ିଶା ସାମ୍ବାଦିକ ସଂଘ ତରଫରୁ ବଲାଙ୍ଗୀର ଜିଲ୍ଲା ସଭାପତି ଦୀପକ ସମାଦାରଙ୍କ ସଭାପତିତ୍ବରେ ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଟିଲାଗଡର ବରିଷ୍ଠ ସାମ୍ବାଦିକ ଶିବ ପରିଡା , ମାନସ ମହାନ୍ତି , ସମାଜ ଅଫିସର ଦେବାଶିଷ ମଞ୍ଚଳକଶନ ଥିଲେ। ସଞ୍ଜୟ ବେହେରା ଶ୍ରଦ୍ଧାଞ୍ଜଳୀ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତେ ନିମାଇଁ ଚରଣ ବଘାରଙ୍କୁ ମାନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଗୋପାଳ ଅଗ୍ରୱାଲ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରି ସଭା ଶେଷ କରିଥିଲେ ।

Leave A Reply

Your email address will not be published.