pr

ଧାନ କିଣାରେ ଅବ୍ୟବସ୍ଥା ନେଇ ରାଜ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ଧାନ କିଣାରେ ଅବ୍ୟବସ୍ଥା ନେଇ ରାଜ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ । ପଦ୍ମପୁର ଉପଖଣ୍ଡର ୭୦ ଗୋଟି ମଣ୍ଡିରେ ପ୍ରାୟ ୭ ଲକ୍ଷ ଧାନ ପଡି ରହିଛି । ଦୀର୍ଘ ଦିନ ହେବ ଚାଷୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ଆଣିଥିଲେ ମଧ୍ୟ ବିକ୍ରି ହୋଇ ପାରୁନାହିଁ ତେଣୁ ରାସ୍ତାରେ ଚାଷୀ । ପ୍ରଶାସନ ଅଧିକାରୀ କେବଲ ଟ୍ୟାଗ ନ ଥିବା କାରଣରୁ ବିକ୍ରି ହୋଇ ପାରୁନାହିଁ କହିଛନ୍ତି । ଏହି ଅବ୍ୟବସ୍ଥା କାରଣରୁ ଚାଷୀ ପଦ୍ମପୁର ବରଗଡ଼ ରାଜରାସ୍ତାର ପଦ୍ମପୁର ଆମ୍ବେଦକର ଛକ ଠାରେ ଧାନ ପକାଇ ଅବରୋଧ କରିଛନ୍ତି ,ଏଥିପାଇଁ ଦୁଇପଟେ ଜାମ ହେଲାଣି ରାସ୍ତା । ଟ୍ୟାଗ ପାଇଁ ଚାଷୀ ବାରମ୍ବାର ଗୁହାରି କଲେ ମଧ୍ୟ ଟ୍ୟାଗ ମିଳୁନାହିଁ , ତେଣୁ ବାଧ୍ୟହୋଇ ଚାଷୀ ରାସ୍ତାରୋକ କରିଛନ୍ତି । କିଛି ଦିନ ପୂର୍ବରୁ ବରିକେଲ ଠାରେ ମଧ୍ୟ ଚାଷୀ ରାସ୍ତାରୋକ କରିଥିଲେ । ଆଜି ବିଜେପି ପକ୍ଷରୁ ମଧ୍ୟ ଏକ ଦାବିପତ୍ର ପଦ୍ମପୁର ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ଶୀଘ୍ର ଧାନ ଉଠିବା ପାଇଁ । ଖବର ପାଇ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପଦ୍ମପୁର ଆମ୍ବେଦକର ଛକକୁ ପହଞ୍ଚି ଚାଷୀ ମାନଙ୍କ ସହ ସାମିଲ ହୋଇ ସମର୍ଥନ କରିଥିଲେ । ଆନ୍ଦୋଳନରେ ସମର୍ଥନ ଜଣାଇ ଥିଲେ ଦୀର୍ଘ ସମୟ ବସିବା ପରେ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ ଦୀପ୍ତିମୟୀ ଭୂଏ ଆସି ଚାଷୀଙ୍କୁ ୧୦ ଦିନ ମଧ୍ୟରେ ମଣ୍ତିରୁ ଉଠିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଚାଷୀ ମାନେ ପାଣି ପିଇ ନିଜର ଅନସନକୁ ଭଙ୍ଗ କରିଥିଲେ ।

nrusinghnath
Leave A Reply

Your email address will not be published.