jayashree

ସଇଁନ୍ତଳାରେ ଅଭିଯୋଗ ଶୁଣାଣି ଶିବିର

ସଇଁନ୍ତଳା, (ଲକ୍ଷ୍ମୀକାନ୍ତ ସାହୁ) : ସଇଁନ୍ତଳା ବ୍ଲକ କାର୍ୟ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଶିବିରରେ ୮୨ ଟି ରେଜିଷ୍ଟ୍ରେସନ ହୋଇଥିବା ବେଳେ ଅନେକ ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଏବଂ ବରଗାଁ -ଡ଼ଙ୍ଗରମୁଣ୍ଡା ଗାଁକୁ ଆଜି ପର୍ୟ୍ୟନ୍ତ ପକ୍କା ରାସ୍ତା ହୋଇ ନ ଥିବା ମଧ୍ୟ ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ ଅଭିଯୋଗ କରିଥିଲେ । ଅନ୍ୟପଟେ ପାନୀୟ ଜଳ, ଭତ୍ତା ଏବଂ ରାସ୍ତା ସମସ୍ୟାକୁ ନେଇ ମଧ୍ୟ ଅଭିଯୋଗ ହୋଇ ଥିବା ବେଳେ କିଛି ସମସ୍ୟା ସମ୍ପର୍କରେ ସମାଧାନ ହୋଇଥିବା ମଧ୍ୟ ଜିଲ୍ଲାପାଳ ଗୌରବ ଶିବାଜୀ ଇସୱଲୱାର କହିଛନ୍ତି । ଏହି କାର୍ୟ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.