oom

ମଦନପୁର, ରାଧାଯୁଗଲ ସାଂସ୍କୃତିକ କ୍ଲବ ତରଫରୁ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ପାଳିତ : ଅସହାୟ ଦମ୍ପତିଙ୍କୁ ସହାୟତା

jsmm

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜ଼ୀଲ୍ଲା ମ. ରାମପୁର ବ୍ଲକ ମଦନପୁର ରାଧାଯୁଗଳ ସାଂସ୍କୃତିକ କ୍ଲବ ତରଫରୁ ବିଶ୍ୱରତ୍ନ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କବିଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାଧବ ଭୋଇ, ମୁଖ୍ୟ ବକ୍ତା ଭାବେ ସୁବୋଧ ଛତ୍ରିଆ, ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ ଜୟରାମ ମହାନନ୍ଦ ଓ ଶିକ୍ଷ୍ୟବିତ କୈଳାସ ମହାନନ୍ଦ ଯୋଗ ଦେଇଥିଲେ । ବାବା ସାହେବଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଆମ୍ବେଦକରଙ୍କ ଜୀବନୀ ଓ ଦେଶ ପ୍ରତି ଅବଦାନକୁ ନେଇ ଏକ ସ୍ମୃତି ସଭା ଆୟୋଜନ ହୋଇଥିଲା । ପରେ ଅଲାତରା ଗ୍ରାମ ପଞ୍ଚାୟତ ସାଗରପାଲି ଗ୍ରାମର ଅସହାୟ ବୃଦ୍ଧ ଦମ୍ପତି (ରାମ ସାହୁ ବୟସ ୯୭, ରୁଖ ସାହୁ ବୟସ ୮୮)ଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର କ୍ଲବ ତରଫରୁ ପ୍ରଦାନ କରାଯାଇଥିଲା । ଉକ୍ତ ଅବସରରେ ରଧାଯୁଗଳ ସାଂସ୍କୃତିକ କ୍ଲବ ମଦନପୁରର ସଭାପତି ଚନ୍ଦନ କୁମାର ଛତ୍ରିଆ, ଉପସଭାପତି ଆଲୋକ ରଞ୍ଜନ ଛତ୍ରିଆ, ସମ୍ପାଦକ ସୁବିଜ୍ଞ ସୁନା, ଯୁଗ୍ମ ସମ୍ପାଦକ ମୁନା ବାଗ, କୋଷାଧ୍ୟକ୍ଷ ପ୍ରବୀଣ କୁମାର ନାଗ, ସକ୍ରୀୟ ସଦସ୍ୟ ରିତେଶ ମହାନନ୍ଦ, ହିମାଂଶୁ ଶେଖର ମହାନନ୍ଦ, ଉମାଶଙ୍କର ମହାନନ୍ଦ, ରୋଶନ କୁମାର ଛତ୍ରିଆ, ଦିବ୍ୟରଞ୍ଜନ ଛତ୍ରିଆ, ଦୀପକ ସୁନା, ଲିଙ୍ଗରାଜ ସୁନା, ରୋହିତ ନାଗ, ପ୍ରଭାତ ରଞ୍ଜନ ନାଗ ପ୍ରମୂଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.