pakka

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ନିର୍ବାଚନ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ

bbehera

ସଇଁତଲା, (ପ୍ରମୋଦ ସେଲମା) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଏବେ ରାଜନୈତିକ ଉଷ୍ମତା ଦିନକୁ ଦିନ ବଢ଼ିବା ସହ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ଜୋର ଧରିଛି । ବିଭିନ୍ନ ଧାର୍ମିକ ପୂଜା ଶୋଭାଯାତ୍ରାରେ ସାମିଲ ହେବା ସହ ସାଧାରଣ ଲୋକଙ୍କ ସହ ଯୋଡ଼ି ହେବାକୁ ନେତାଙ୍କ ମଧ୍ୟରେ ବେଶ୍‌ ତତ୍ପରତା ଦେଖାଦେଇଛି । ଗତକାଲି ସଇଁତଲାଠାରେ ପୃଥକ୍‌ ପୃଥକ୍‌ ସ୍ଥାନରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉତ୍ସବରେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ଓ ବିଜେଡି ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ ସାମିଲ ହୋଇ ନିଜ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ । ସଇଁତଲା ସହରର ବିଜେଡି ନେତା ତଥା ବଲାଙ୍ଗିର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ମଧ୍ୟ ସାମିଲ ହୋଇଥିଲେ । ଉଭୟ ଆସନରେ ଜିଣିବା ବିଜେଡି ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ବିଜେପି ମଧ୍ୟ ନୂଆ ମୁହଁ ନବୀନ ଜୈନଙ୍କୁ ମଇଦାନଙ୍କୁ ଓହ୍ଲାଇ ବିଜୟର ଲକ୍ଷ୍ୟ ରଖିଛି । ବଜରଙ୍ଗ ଦଳ ତରଫରୁ ଆୟୋଜିତ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଶଙ୍କର ଛକ ମହାଦେବ ମନ୍ଦିରରୁ ବାହାରିଥିବା ବେଳେ ଏଥିରେ ନବୀନ ଜୈନ ତାଙ୍କ ସମର୍ଥକଙ୍କ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ଜୟ ଶ୍ରୀରାମ ଧ୍ୱନିରେ କମ୍ପି ଉଠିଥିଲା ସଇଁତଲା ସହର । ଅପରପାର୍ଶ୍ୱରେ ହନୁମାନ ଜନ୍ମୋତ୍ସବ ସମନ୍ୱୟ କମିଟି ପକ୍ଷରୁ ସରପଂଚ ସୁବ୍ରତ ନାଗଙ୍କ ନେତୃତ୍ୱରେ ଗୋପବନ୍ଧୁପଡ଼ା ରାମ ମନ୍ଦିରଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ । ଉଦ୍ଭୟ ଦଳର ଶକ୍ତି ପ୍ରଦର୍ଶନକୁ ନେଇ ସଇଁତଳାରେ ଜୋର୍‌ସୋର୍‌ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

19 − 15 =