ରିକାପଲ୍ଲୀ ସାହିରେ ମହାବୀରଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୨ ନମ୍ୱର ୱାର୍ଡ଼ ରିକାପଲ୍ଲୀ ସାହିରେ ଚଳିତ ମାସ ୩ ତାରିଖରେ ଯଜ୍ଞାନୁଷ୍ଠାନ ସହକାରେ ପ୍ରତିଷ୍ଠିତ ନବନିର୍ମିତ ଶ୍ରୀ ହନୁମାନ ଜୀଉଙ୍କ ମଣ୍ଡପରେ ମଧ୍ୟ ଚଳିତ ବର୍ଷ ପବିତ୍ର ମହାବିଷୁବ ସଂକ୍ରାନ୍ତି ଦିନ ମହାବୀରଙ୍କ ଜୟନ୍ତୀ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ସନ୍ଧ୍ୟାରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ସହ ଶ୍ରୀ ହନୁମାନ ଜୀଉଙ୍କ ରାଜଆଳତୀ ଅନୁଷ୍ଠିତ ହେଇଥିଲା । ବାଳଭୋଗ ଓ ପଣା ବିତରଣ ହେଇଥିଲା । ଉକ୍ତ ଅଞ୍ଚଳର ଅଗଣିତ ଭକ୍ତ ତଥା ପୁରୁଷ, ନାରୀ ଯୋଗଦେଇ ଠାକୁରଙ୍କ ବିଭୂ କୃପା ଲାଭ କରିଥିଲେ । ଉକ୍ତ ୱାର୍ଡ଼ର କାଉନ୍‌ସିଲର ଶ୍ରୀମତୀ ବି. ନିଶ୍ଚଳା ଓ ତାଙ୍କ ସ୍ଵାମୀ ସମାଜସେବୀ ବି. ଗୋପାଳ ସ୍ଵାମୀ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ପରିଚାଳନା ଓ ସହଯୋଗ କରିଥିଲେ ।

Leave A Reply

Your email address will not be published.

five × 1 =