ବଲାଙ୍ଗିର, (କେପିଏନ୍ଏସ୍) : କଥାରେ ଅଛି ଝିଅ ମାନେ ବି ପୁଅ ମାନଙ୍କ ଠୁ କମ ନୁହେଁ । ସେମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ସମାଜକୁ ଆମେ ବି କମ୍ ନୁହେଁ ବୋଲି ପ୍ରମାଣିତ କରି ସାରିଛନ୍ତି । ଆଜିକା ଯୁଗରେ ଝିଅ ମାନେ ଅନେକ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଯାହା ସେମାନଙ୍କୁ ନିଜ ଘରୁ ପାଦ କାଢିବା ସହ ନିଜ ସଫଳତା ବିଷୟରେ ଚିନ୍ତା କରିବା ପାଇଁ ରୋକ୍ ଲଗାଇ ଦେଉଛି । ଏହାରି ଭିତରେ ବଲାଙ୍ଗିରରେ ଜଣେ ଝିଅ ଅଛନ୍ତି ଯିଏ ନିଜ ଗୋଡ଼ରେ ନିଜେ ଠିଆ ହୋଇଛନ୍ତି । ନିଜେ ନିଜର ସଫଳତା ପଥକୁ ବାଛି ସମାଜରେ ଝିଅ ମାନେ ବି କମ ନୁହେଁ ବୋଲି ପ୍ରମାଣିତ କରିଛନ୍ତି । ସେହି ଝିଅ ଜଣକ ହେଉଛନ୍ତି ବଲାଙ୍ଗିରର ଲିଜା ଦାସ । ଲିଜା ନିଜ ଘରୁ ପାଦ କାଢି ନିଜେ ନିଜର ଏକ ମିନି ରାଷ୍ଟୁରାଣ୍ଟ କରି ପାରିଛନ୍ତି । ଆଉ ସେହି ରାଷ୍ଟୁରାଣ୍ଟର ନାମ ଦେଇଛନ୍ତି ଟର୍ନାଡୋ ବାଇଟ୍ସ । ଟ୍ରନାଡୋ ବାଇଟ୍ସରେ ଟେଷ୍ଟି ଟେଷ୍ଟି ଖାନା ସହ ଭଲ ସର୍ଭିସ ପାଇଁ ଅନେକ ଲୋକଙ୍କ ଭିଡ଼ବି ଜମୁଥିବା ବେଳେ ଲିଜା ଏହି ଟର୍ନାଡୋ ବାଇଟ୍ସରେ ଅଦରକାରୀ ସାମାନ ଗୁଡ଼ିକୁ ଆଣି ସାଜସଜ୍ଜା କରିଛନ୍ତି । ତାହା ମଧ୍ୟ ତାଙ୍କ ଗ୍ରାହକ ମାନଙ୍କୁ ଆକୃଷ୍ଟ କରୁଥିବା ବେଳେ ଝିଅ ଟିଏ ଏହି ମଧ୍ୟ ଆଜି ନିଜ ଗୋଡ଼ରେ ଲିଜା ନିଜେ ଠିଆ ହୋଇ ପାରିଥିବାରୁ ତାଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।