csstore

ମହୁଲପାଲିରେ ଆମ ପୋଲିସ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଧିନସ୍ଥ ମହୁଲପାଲି ଗ୍ରାମ ପଞ୍ଚାୟତରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟରେ ଗାଁମାନଙ୍କୁ କିପରି ନିଶା କାରବାର ବନ୍ଦ ହେବ ତଥା ମହିଳାମାନଙ୍କ ଭିତରେ ସଚେତନ ହେଲେ ଗାଁରେ କୌଣସି ନିଶା କାରବାର କିମ୍ବା ମଦ ବିକ୍ରି ବନ୍ଦ ହୋଇପାରିବ ସେ ବିଷୟରେ ଚର୍ଚ୍ଚା ହୋଇଥିଲା । ଆଜି କାଲି କମ୍‌ ବୟସରେ କେମିତି ଯୁବକ ଯୁବତୀମାନେ ବାଲ୍ୟବିବାହ କରୁଛନ୍ତି ସେ ପ୍ରକାର ପଦକ୍ଷେପକୁ ଗାଁମାନଙ୍କର ମହିଳାମାନଙ୍କ ସହିତ ଚର୍ଚ୍ଚା କରି କେମିତି ସଚେତନ କରାଯିବ ତାହା ମଧ୍ୟ ଆମ ପୋଲିସ କାର୍ଯ୍ୟକ୍ରମ ଚର୍ଚ୍ଚା ହେଲା । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଥାନା ଅଧିକାରୀ ମମତା ନାୟକ, ମହୁଲପାଲି ସରପଞ୍ଚ ପଙ୍କଜିନି ବେହେରା, ପୋଲିସ ଏସ୍‌ଆଇ ପ୍ରତିମା ଡୁମ୍‌ଡୁମ୍‌, ସମିତି ମୁରାରୀ ସାହୁ, ପୋଲିସ ଏସ୍ ଆଇ ଶରତ ପ୍ରଧାନ, ସିଆର୍‌ପି ସ୍ୱୟଂ ସହାୟକ ଗୋଷ୍ଠି ଗାଁର ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.