oom

ବୃନ୍ଦାବନ ବରାଳଙ୍କ ପରଲୋକରେ ନାଗରିକ କମିଟିର ଶୋକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ରାଜସ୍ୱ ବିଭାଗର ଅଧିକାରୀ ବୃନ୍ଦାବନ ବରାଳ ଆଉ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ହୃଦ୍‌ଘାତ ରୋଗରେ ପୀଡିତ ହୋଇଥିଲେ । ସ୍ଥାନୀୟ ଭୀମଭୋଇ ହସପିଟାଲକୁ ନେବା ସମୟରେ ସନ୍ଧ୍ୟା ଘ.୬ରେ ତାଙ୍କର ପରଲୋକ ହୋଇଯାଇଛି । ସେ ନାଗରିକ କମିିଟିର ସକ୍ରିୟ ସଭ୍ୟ ରୂପେ କାର୍ଯ୍ୟ କରି ପୂର୍ବରୁ କୋଷାଧ୍ୟକ୍ଷ ପଦବୀରେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କର ବିୟୋଗରେ ଶୋକର ଛାୟା ଖେଳି ଯାଇଛି । ନାଗରିକ କମିଟିର ଉପଦେଷ୍ଟା ପ୍ରଫେସର ମଧୁସୂଦନ ପତି, ବିକ୍ରମ ବହିଦାର, ଡା. ଲକ୍ଷ୍ମୀକାନ୍ତ ମହାପାତ୍ର, ସଭାପତି ବେଲାର ସିଂ ଭୋଇ, ଉପସଭାପତି ନିତ୍ୟାନନ୍ଦ ମିଶ୍ର, ସହସଂପାଦକ ଡ. ଚକ୍ରପାଣି ଦାଶ, କୋଷାଧ୍ୟକ୍ଷ ଗଜେନ୍ଦ୍ର ଭମର ତଥା କମିଟିର ଅନ୍ୟାନ୍ୟ ସଭ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ବୋଲି ସାଧାରଣ ସଂପାଦକ ମନୋରଂଜନ ସାହୁ ଜଣାଇଛନ୍ତି ।

jittmm
Leave A Reply

Your email address will not be published.