ଶିଶୁ ଚାଲାଣ ଉପରେ ଦାୟିତ୍ୱ ଗୋଷ୍ଠୀଙ୍କ ସଚେତନତା ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜାମସେଠ ଓ ଛିନ୍ଦେଇକେଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏଡ଼୍‌ ଏଟ୍‌ ଆକ୍ସନ, ୟୁନିସେଫ, ମହିଳା ଏବଂ ଶିଶୁ ବିକାଶ ବିଭାଗ ଓଡିଶା ସରକାର ଓ ବରଗଡ଼ ପୋଲିସର ମିଳିତ ସହଯୋଗରେ ଶିଶୁ ଚାଲାଣ ଉପରେ ଦାୟିତ୍ୱ ଗୋଷ୍ଠୀଙ୍କ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁମିତ୍ର ସଦାଗୋପନ ଗାଇଁତା ସମସ୍ତ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ସଭାର ଆରମ୍ଭ କରିଥିଲେ । ଶିଶୁ ଚାଲାଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏହାକୁ ରୋକିବା ପାଇଁ ଦାୟିତ୍ୱ ଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଦାଦନ ଖଟି ଯିବା ସମୟରେ ଲୋକମାନେ ପରିବାରର ପାଠ ପଢୁଥିବା ଶିଶୁମାନଙ୍କୁ ସାଙ୍ଗରେ ନ ନେଇ ପାଖରେ ଥିବା ଋତୁକାଳୀନ ଆବାସିକ କେନ୍ଦ୍ରରେ ଶିଶୁଙ୍କୁ ଛାଡି କି ଗଲେ ସେ କିପରି ଶିକ୍ଷାରୁ ବଞ୍ଚିତ ନ ହେବେ ଓ ଶିଶୁ ଚାଲାଣରୁ ସୁରକ୍ଷିତ ରହିବେ ସେଥିପ୍ରତି ସଚେତନତା କରାଗଲା । ଶ୍ରମ ବିଭାଗରୁ ଲାଇସେନ୍ସପ୍ରାପ୍ତ ଠିକାଦାର ଜରିଆରେ ପଞ୍ଜିକରଣ କରି ଦାଦନ ଯିବା ପାଇଁ ସଚେତନତା କରାଯାଇଥିଲା । ଏଡ୍‌ ଏଟ୍‌ ଆକ୍ସନ ଜିଲ୍ଲା ସଂଯୋଜକ ତରୁଣସେନ ପୃଷେଟ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଶିଶୁ ଚାଲାଣ ହେଉଥିଲେ କିପରି ଜାଣିବା ଓ କିପରି ରୋକିବା ସେହି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ସରପଞ୍ଚ, ପିଇଓ, ୱାର୍ଡ ମେମ୍ବର, ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଓଡିଶା ଜୀବିକା ମିଶନ ଏମ୍‌ବିକେ, ସିଆରପି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ । ଶିଶୁ ସୁରକ୍ଷା ମିତ୍ର ପବିତ୍ର ଭୋଇ ଧନ୍ୟବାଦ ଅପ୍ରଣ କରିଥିଲେ ।

Leave A Reply

Your email address will not be published.

eighteen + seven =

error: Content is protected !!