ନକଲି ଫେସ୍‌ବୁକ ଆକାଉଣ୍ଟ ଖୋଲି ମହିଳାଙ୍କୁ ହଇରାଣ କରୁଥିଲେ ଯୁବକ : ବାନ୍ଧିଲା ସାଇବର ପୋଲିସ, ସୂଚନା ଦେଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ଫେସ୍‌ବୁକ ଆକାଉଣ୍ଟ ଖୋଲି ଜଣେ ମହିଳାଙ୍କୁ ଜଣେ ଯୁବକ ହଇରାଣ କରୁଥିବା ବେଳେ ଆଜି ସଂପୃକ୍ତ ଯୁବକ ଜଣକୁ ବଲାଙ୍ଗିର ସାଇବର ପୋଲିସ ଗିରଫ କରିଥିବା ନେଇ ଏସ୍‌ପି ନିତିନ କୂଶଲକର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସଂପୃକ୍ତ ଯୁବକ ଜଣକ ନକଲି ଫେସ୍‌ବୁକ ଆକାଉଣ୍ଟ ଖୋଲି ଅଭିଯୋଗକାରୀ ମହିଳାଙ୍କୁ କ୍ରମାଗତ ଭାବରେ ହଇରାଣ କରିବା ସହ ମେସେଞ୍ଜର ମାଧ୍ୟମରେ ଅଶ୍ଳୀଳ ମନ୍ତବ୍ୟ ଏବଂ ଫଟୋ ପଠାଉଥିଲା । ଫଳରେ ମହିଳା ଜଣକ ପୋଲିସର ଦ୍ୱାରସ୍ଥ ହେବା ପରେ ସାଇବର ପୋଲିସ ତଦନ୍ତ କରି ସଂପୃକ୍ତ ଯୁବକ ଜଣକୁ ଗିରଫ କରିବା ସହ ବ୍ୟବହୃତ ମୋବାଇଲ ଫୋନ୍ ଜବତ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଜଣାପଡିଛି । ଗିରଫ ଯୁବକ ଜଣକର ନାମ କ ସରୋଜ କୁମାର ସାହୁ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

nine + seventeen =