ଜଳିଗଲା ବଡପଣ୍ତା ବସ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଠାରେ ରହୁଥିବାର ବଡ଼ପଣ୍ଡା ବସ୍‌ର ମାଲିକ ଶରତ ବଡ଼ପଣ୍ଡାଙ୍କ ଘର ସାମ୍ନାରେ ଥିବା ଗୋଟିଏ ବସ୍‌କୁ ଅସାମାଜିକ ଲୋକେ ନିଆଁ ଲଗାଇ ଜାଳି ଦେଇଥିବା ପାଇକମାଲ ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ଘର ସମ୍ମୁଖରେ ଥିବା ବସ୍‌ ଜଳୁଥିବା ଅନ୍ୟ ଏକ ବସ୍‌ରେ ଶୋଇଥିବା କ୍ଲିନର ଜାଣିବାକୁ ପାଇଥିଲେ । ପରେ ସେ ବସ୍ ମାଲିକଙ୍କୁ ଫୋନ୍‌ରେ ଜଣାଇଥିଲେ । ବସ୍ ମାଲିକ ଘଟଣା ସ୍ଥଳରେ ପହଞ୍ଚି ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏ ସଂପର୍କରେ ବସ୍ ମାଲିକ ଶରତ ବଡ଼ପଣ୍ଡା ପାଇକମାଲ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

Leave A Reply

Your email address will not be published.

15 − 5 =

error: Content is protected !!