csstore

କୁଡ଼ାସିଂହା ହାଇସ୍କୁଲ ଛାତ୍ରଛାତ୍ରୀଙ୍କ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାର ହାଇସ୍କୁଲମାନଙ୍କରେ ଧନ୍ଦାମୂଳକ ଶିକ୍ଷାକୁ ପ୍ରାଧାନ୍ୟ ଦେବାକୁ ଯାଇ ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ କୁଡ଼ାସିଂହା ସ୍ଥିତ ପର୍ଶୁରାମ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଧନ୍ଦାମୂଳକ କୃଷି ଶିକ୍ଷକ ତପନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତ ବୁଧବାର ଦିନ ବଲାଙ୍ଗିର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନରେ କରିଥିଲେ । ଛାତ୍ରଛାତ୍ରୀମାନେ ସେଠାରେ ଥିବା ପଲି ହାଉସ, ମୃତ୍ତିକା ନମୁନା ପରୀକ୍ଷାଗାର, ଜିଆ ଓ ଖତ ପ୍ରସ୍ତୁତି ଗୃହ, କୁକୁଡ଼ା ଫାର୍ମ, ଛତୁ ଚାଷ ସମେତ ବିଭିନ୍ନ ପ୍ରକାରର ଉଦ୍ୟାନଜାତ କୃଷି ଫାର୍ମ ଓ କୃଷି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରୀତିମୟୀ ସାହୁ, ସୌମ୍ୟରଞ୍ଜନ ସାହୁ, ସୁଗ୍ୟାନି ପୁଟେଲ, ସ୍ଵାଧୀନ ନାଏକ, ଆଶୁତୋଷ ଯୋଶୀ, ଏଲୋରା ପଧାନ, କଳ୍ପନା ସାହୁ, ଲିପ୍‌ସାରାଣୀ ହେର୍ଣା, ହେମନ୍ତ ପଶାୟତ, ରଶ୍ମିତା ପୁଟେଲ, କୁମ୍ କୁମ୍ ପଧାନ, ତୃଷ୍ଣାରାଣୀ ଛତ୍ରିଆ, ଡିଲେଶ୍ୱର୍ ଭୁଏ, ହେମଲତା ପାତ୍ର ପ୍ରମୁଖ ପରିଦର୍ଶନ ପାଇଁ ଯାଇଥିଲେ । ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ରର ପ୍ରୋଗ୍ରାମ କୋଡ଼ିନେଟର ଡ. ସତ୍ୟମୟ ଶତପଥୀ, ଫାର୍ମ ମେନେଜର ସାଗରିକା ମୁନା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପରିଦର୍ଶନ କରାଇଥିଲେ ।

jayashree
Leave A Reply

Your email address will not be published.