ବାଲ୍ୟ ବିବାହ ନିରାକରଣ ସମ୍ୱନ୍ଧୀୟ ସଚେତନତା ଅଭିଯାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ନଅଗାଁ(ଖ) ସ୍ଥିତ ନୋଡାଲ ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ପ୍ରଶାସନ ଓ ସମାଜ କଲ୍ୟାଣ ବିଭାଗ ତଥା ସମନ୍ୱିତ ଶିଶୁ ବିକାଶ ତରଫରୁ ବାଲ୍ୟ ବିବାହ ନିରାକରଣ ସମ୍ୱନ୍ଧୀୟ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗବତିଆ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ପ୍ରୋଗ୍ରାମ ଅଫିସର ଜୟନ୍ତୀ ମହାନ୍ତି, ଲିନା ବାବୁ, ସଖି ସଂସ୍ଥା ବଲାଙ୍ଗିରର ଜ୍ୟୋତିର୍ମୟୀ ନାୟକ, ଆଗଲପୁର ସିଡିପିଓଙ୍କ ସମେତ ସମସ୍ତ ସୁପରଭାଇଜର, ଅଙ୍ଗନବାଡି କର୍ମୀ, ମହିଳା ସଂଗଠନ ତଥା ବିଦ୍ୟାଳୟର ଶିକ୍ଷକମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବାଲ୍ୟ ବିବାହ ଆଇନ ସମ୍ବନ୍ଧୀୟ ବିଭିନ୍ନ ଦିଗ ଓ ସମାଜିକ ବିଧି ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ପ୍ରଶାନ୍ତ କୁଅଁର ଓ ପିଣ୍ଟୁ ପଧାନ ପରିଚାଳନା କରିଥିଲେ ।

Leave A Reply

Your email address will not be published.

thirteen + sixteen =