oom

ଲେଡି ଲାୟନ ଅନୁଷ୍ଠାନ ତରଫରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳାଙ୍କ ଅନୁଷ୍ଠାନ ଲେଡି ଲାୟନ ତରଫରୁ ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବନ୍ଦିତା ମାହତୋଙ୍କ ସଭାପତିତ୍ୱ ଓ ସଂପାଦିକା ଇତିଶ୍ରୀ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଓ ଲତିକା ପଟ୍ଟନାୟକ, ଧିରେନ ସେନାପତି, ନିହାର ରାୟ, ସୂର୍ଯ୍ୟକାନ୍ତ ମହାନ୍ତି, ଲୀନା ବିଶ୍ୱାଳ, ଅଶୋକ କକ୍କଡ, ରାଜକୁମାର ଅହିର, ରୋହିତ ତନ୍ତୀ, ପ୍ରତିମା ତନ୍ତୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜୟପ୍ରକାଶ ହସ୍‌ପିଟାଲର ଚକ୍ଷୁ ଡାକ୍ତରମାନେ ପ୍ରାୟ ୨୮୦ଜଣଙ୍କୁ ଚକ୍ଷୁ ପରୀକ୍ଷା କରି ଆବଶ୍ୟକ ସ୍ଥଳେ ଚଷମା ଓ ଔଷଧ ଯୋଗାଇ ଦେଇଥିଲେ । ସୁରେଶ ଶର୍ମାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଲେଡି ଲାୟନ ଦଳର ସମସ୍ତ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ମାହତୋ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.