ଇଣ୍ଟର ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସଇଁତଲା ଚାମ୍ପିୟନ

  • ବିଜୟୀ ଖେଳାଳିଙ୍କୁ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମ୍ବର୍ଦ୍ଧନା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଗାନ୍ଧୀ ଷ୍ଟାଡିୟମ ଠାରେ ସପ୍ତାହେ ଧରି ଚାଲିଥିବା ଇଣ୍ଟର ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସଇଁତଲା ବ୍ଲକ ଚାମ୍ପିୟନ ହୋଇଛି । ଏହାର ଫାଇନାଲ ଖେଳ ସଇଁତଲା ଦଳ ଓ ମୁରିବାହାଲ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ହୋଇଥିଲା । ଏଥିରେ ସଇଁତଲା ଦଳ ୪ – ୦ ଗୋଲରେ ମୁରିବାହାଲ ଦଳକୁ ହରାଇ ଚଳିତ ବର୍ଷ ୨୦୨୨ରେ ଚାମ୍ପିୟନ ବିବେଚିତ ହୋଇଛନ୍ତି । ଆଜି ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଏଥିରେ ବିଜୟୀ ସଇଁତଲା ଦଳକୁ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଉପସ୍ଥିତ ରହି ଉଭୟ ଖେଳାଳିମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଥିଲେ । ଏହି ଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ, ନାରାୟଣ ଭୋଇ, ବରିଷ୍ଠ କିରାଣୀ ଅର୍ଜୁନ ପାଣିଗ୍ରାହୀ, ଝସକେତନ ମନହୀରା, ଅଶୋକ ସାମନ୍ତରାୟ, ଦିଲୀପ ବେହେରା, ବିକାଶ ସାହୁ ଓ ମନମୋହନ ପୁଟେଲ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୩ ଗୋଟି ମ୍ୟାଚ ଖେଳି ୫ଟି ଗୋଲ ଦେଇଥିବା ବାଳିକା ବିଦ୍ୟାଳୟର ଛାତ୍ରୀ ଡୁଳେଶ୍ଵରୀ ବୁଡ଼େକଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଶାରୀରିକ ଶିକ୍ଷକ ଶିକ୍ଷୟିତ୍ରୀ ବନିତା ବନଛୋର, ପ୍ରତ୍ୟାସିନୀ ବାଗ, ପ୍ରସାନନ୍ଦ ବାଗ, ସୁଦର୍ଶନ ନାୟକ ଓ ଦିନମଣି ପୋଢ଼, କୋଚ ଶେଷଦେବ ଯାନୀ ଓ ଯୁବ କୋଚ ପ୍ରଦୀପ ମହାଡିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବିଜେତା ଖେଳାଳିମାନେ ହେଲେ ବୀଣା ପୁଟେଲ, ପୁଷ୍ପାଞ୍ଜଳି କୁମ୍ଭାର, ସ୍ଵାଗତିକା ଭୋଇ, ପ୍ରିୟଙ୍କା ମାଝୀ, ଜ୍ୟୋସ୍ନା ଭୋଇ, ନନ୍ଦିନୀ ଧରୁଆ, କ୍ରିଷ୍ଣା ଛତ୍ରିଆ, ବର୍ଷା ଦଳପତି, ଲକ୍ଷ୍ମୀ ମାଝୀ, ଗୀତାଞ୍ଜଳି ମାଝୀ, ବିନ୍ଦୁ ମହାକୁର, ଲିପସା ମାଝୀ ଓ ନମିତା ଭୋଇ ପ୍ରମୁଖ ଖେଳାଳିମାନେ ଉଚ୍ଚ ମାନର ଖେଳ ପ୍ରଦର୍ଶନ କରି ସଇଁତଲା ବ୍ଲକ ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ସଇଁତଲା ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବ ଉଭୟ ଖେଳାଳି, କୋଚ ଓ ଶାରୀରିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶଂସା କରିବା ସହିତ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

fifteen − ten =