pakka

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦୁଆନପାଲିର ଗଙ୍ଗାଧର ବୁଡେକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଦୁଆନ ପାଲିର ଗଙ୍ଗାଧର ବୁଡେକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଶ୍ରୀ ବୁଡେକ କହିଛନ୍ତି ଯେ, ଦୁଆନପାଲି ତାଙ୍କ ନିଜ ଗାଁ ନୁହେଁ । ତାଙ୍କ ଶଶୁର ଘର, ହେଲେ ସେ ଦୀର୍ଘ ୫୦ ବର୍ଷରୁ ଅଧିକ ହେବ ଏଠାରେ ସେ ରହି ଆସୁଛନ୍ତି । ସେଥିପାଇଁ ସେ ଜିଲ୍ଲାପ୍ରଶାସନଙ୍କ ନିକଟରେ ଅନୁରୋଧ କରିବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ ୪ ଡିସ୍‌ମିଲ ଜାଗା ଦିଆଯାଇଥିଲା । ତେବେ ସେ ଏହି ଜାଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଘର ଖଣ୍ଡିଏ କରିଥିଲେ । ହେଲେ ପ୍ରଶାସନ ପକ୍ଷରୁ ଗତ ବର୍ଷ ଶ୍ରାବଣ ମାସରେ ଏହି ଘରକୁ ଭାଙ୍ଗି ଦିଆଯାଇଛି । ଯାହା ଫଳରେ ତାଙ୍କ ପାଖରେ ରହିବା ପାଇଁ ଘର ଟିଏ ବି ନାହିଁ । ଏହାକୁ ନେଇ ବହୁବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନି । ସେଥିପାଇଁ ଶ୍ରୀ ବୁଡେକ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.

two × 4 =