pakka

ବିଜେଡି ପରେ ଦ୍ରୌପଦୀଙ୍କୁ ସମର୍ଥନ କଲା ଜେଡିୟୁ

ନୂଆଦିଲ୍ଲୀ : ଏନ୍‌ଡିଏ ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଘୋଷଣା କରିବା ପରେ ଦ୍ରୌପଦୀଙ୍କ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି । ବିଜେଡି ପକ୍ଷରୁ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବା ପରେ ବର୍ତ୍ତମାନ ଜେଡିୟୁର ସମର୍ଥନ ଦ୍ରୌପଦୀଙ୍କ ପ୍ରତି ଥିବା ସ୍ପଷ୍ଟ କରିଛି । ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଥିବା ବେଳେ ଏନଡିଏ ରାଷ୍ଟ୍ରପତି ପଦ ପାଇଁ ଜଣେ ଆଦିବାସୀ ନେତ୍ରୀଙ୍କୁ ଚୟନ କରିଥିବାରୁ ନୀତିଶ ପ୍ରଶଂସା କରିଛନ୍ତି । ସୂଚନା ଥାଉକି ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇବା ପାଇଁ ଏକ ଟ୍ୱିଟ୍ ଯୋଗେ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ନିବେଦନ କରିଥିଲେ । ଟ୍ୱିଟରେ ମୁଖ୍ୟମନ୍ତ୍ରୀ ଦଳମତ ନିର୍ବିଶେଷରେ ଓଡ଼ିଶାର ଝିଅ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ସେ ଅନୁରୋଧ କରି କହିଥିଲେ କି ଏହା ଓଡ଼ିଶା ପାଇଁ ଏକ ଗୌରବର ବିଷୟ । ଆମ ମାଟିର ଝିଅ ଦେଶର ସର୍ବୋଚ୍ଚ ପଦବୀ ପାଇବାକୁ ଯାଉଛନ୍ତି ।

Leave A Reply

Your email address will not be published.

seventeen − eleven =