jsm

କବିତା : ମୌସୁମୀ

  • ପୁସ୍ତମ୍ ଯୁଆଡି

ମାଏଟ୍ ତତୁଛେ
ଛାତି ଡବ୍‌କୁଛେ ଖଲ୍‌ଖଲ୍‌ ଡ଼ବ୍‌ଡ଼ବ୍‌
ପାଏନ୍ ନୁରି ନୁରି କଲ୍‌ବଲ୍‌ ଜୀବନ୍
ବହଁଡି ଯାଉଛେ ।

ପହେଲା ଛିଆଁକେ ଜନ୍ ତରସୁଛେ
ତନ୍ ତରସୁଛେ
ଉତାବୁଲା ମନ୍ ଡହକବିକଲ୍
ସତେ ଯେନ୍ତା ନିଜର୍ ଲୋକକେ ବାଟ ଦେଖୁଛେ !

ତମେ ଆଏବ ଜୀବନର୍ ପୁଞ୍ଜି ଧରି
କାଁକର୍ ହେବା କାୟା, ଶୀତଲି ଯିବା କଲଜା ହଁଡା
ଆଶ୍‌ଟେ ଅପ୍‌ନେ ଆପ୍ ପିକେଇ ଉଠୁଛେ ।

ପୀରତିର୍ ହୁଲକା ହୁଲକା ଧୁକା
ଚୁମି ଦେଉଥିବା ଦିହିଁ ଦେଉଲ୍‌କେ
ମନ୍ ଚଏତନ୍‌କେ,
ଛେଲିଆ କୁହୁଲୁଥିବା,ଗାଗର୍ ବୁତ୍‌ରୁଥିବା
ଗହଗହ ମନେ ଆଦରି ନଉଥିମି ତମକେ ।

ମୌସୁମୀ ତମେ ମଲା ନଦୀର୍
ଖଲଖଲା ଧାର୍,
ଶୁଇନ୍ ଦିହିଁର୍ ଉଆଁରା ଗାର୍
ତମେ ବୀଜା, ତମେ ବ୍ରହ୍ମ
ତମେ ହିଁ ଆକାର, ତମେ ହିଁ ନିରାକାର ।

ମୌସୁମୀ ତମେ ଛୁଆ ଦିନର୍
କାଁଚି କୁଡି ଖେଲ୍
ନୁଆଁସକାଲର୍ ଉଦଲା ବେଲ୍
କୁଆଁରୀ ମନର କଅଁଲି ସପନ୍
ତମେ ହିଁ ଚଷା ପିଲାର ଜୀବନ୍ ।

ମୌସୁମୀ ତମେ ଅନ୍ଧାର ରାତିର୍ ଉଜଲ୍‌ବତୀ
ଅସତୀ ଭେଲି ଥି ଏଖେଇ ସତୀ
ଫଲତି ଗଛର୍ ପାଚଲା ଲେତି
ତମେ ସୀତା ତମେ ରାଧା
ତମେ ହିଁ ଶୁଇନ୍, ତମେ ହିଁ ପୁଇନ୍
ତମେ ହିଁ ଭାଗବତ ଗୀତା ।

ତମେ ସେ ନିଲି ଆକାଶର ତରା
ସୁଖର୍ ସୁନ୍ଦରୀ ପାରା
ତମେ ଜନମ୍ ତମେ ମରନ୍
ତମେ ହିଁ ଜୀବନର୍ ଚରା ।

ତମେ ମୋର୍ ଅଲେଖା ଡାଏରୀର ଗୀତ
ଅଧୁରା କଥାନୀର୍ ମିଥ୍
ତମେ ସୁର୍, ତମେ ତାଲ
ତମେ ହିଁ ମାୟାଜାଲ୍ ।

ପେହେଁରେଇ ଦିଅ ଛାତି
ଖୁଲି ଦିଅ ସବୁ ନିମୁଜ୍ ବଖରା
ତମେ ଅଛରାକେ ଅଛରା ବରସୁଥିବ
ତମର୍ ହରେକ ଛିଆଁକେ ମୁଇ ତରସୁଥିମି
କେଭେଁ ଯଦି ନିଜକେ ପାଲଟି ଦେବ
ଅଂଘା କରି ଅଂଘେଇ ନେମି । ।

ମୋ.ନଂ. : ୯୫୫୬୩୨୬୯୪୩

Leave A Reply

Your email address will not be published.

4 + 16 =