‘ବଡ଼ ମାଁ’ ୨ୟ ପର୍ଯ୍ୟାୟ ସୁଟିଂ ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଜିଲ୍ଲାର ସ୍ବାଧିନତା ସଂଗ୍ରାମୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜୀବନୀ ଉପରେ ଆଧାରିତ ଚଳଚିତ୍ରର ଦ୍ବିତୀୟ ପର୍ଯ୍ୟାୟ ସୁଟିଂ ଆରମ୍ଭ ହୋଇଛି । ପଞ୍ଚବଟୀ ଫିଲ୍ମ ଓ ବିକାଶ ଗ୍ରୁପ, ବରଗଡ଼ ଦ୍ବାରା ପ୍ରାୟୋଜିତ ଏହି ସିନେମାର ପ୍ରମୁଖ ଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁଟିଂ ସରିଥିବା ବେଳେ ଦ୍ବିତୀୟ ପର୍ୟ୍ୟାୟ ସୁଟିଂ ଆରମ୍ଭ ହୋଇଛି । ଲିଟୁ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରରେ ପୃଥିବୀ ରାଜ ନାୟକ, ପ୍ରଦୀପ ଦେବତା, ମୁଗ୍ଧା ଦାଶ ତଥା ପଶ୍ଚିମ ଓଡ଼ିଶାର ବହୁ ବରିଷ୍ଠ କଳାକାର ମାନେ ଅଭିନୟ କରିଛନ୍ତି । ସେହିପରି ରାଜନେତା ପ୍ରସନ୍ନ ଆଚାର୍ୟ୍ୟ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିବେ ।

Leave A Reply

Your email address will not be published.