ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର

କରଞ୍ଜିଆ : ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର । ଆହତ ଫରେଷ୍ଟରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଯଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଦିନ ତଳେ ଭାଲୁ ଆକ୍ରମଣରେ ୨ ଜଣ ଆହତ ହୋଇଥିଲେ । ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଶିମିଳିପାଳ ଚହଲା ରେଞ୍ଜ ଅଞ୍ଚଳରେ ବାଘ ଗଣନା କରି ଫେରିବା ସମୟରେ ହଳଦିଆ ସେକ୍ସନ ନିକଟରେ ଫରେଷ୍ଟର ତରୁଣ ଦାସ ହାତୀପଲଙ୍କ ହାବୁଡ଼ରେ ପଡି ଯାଇଥିଲେ । ହାତୀ ଆକ୍ରମଣରେ ତାଙ୍କର ଗୋଡ଼ ଭାଙ୍ଗିଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଯଶୀପୁର ମେଡିକାଲ ଓ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ସହକାରୀ ବନ୍ୟ ସଂରକ୍ଷକ ପ୍ରଦୀପ କୁମାର ଦେ ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.