ପାରଳାଖେମୁଣ୍ଡି ଷ୍ଟେସନରେ ବିଭିନ୍ନ ଦାବୀ ନେଇ ରେଳରୋକ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେଲୱେ ଷ୍ଟେସନରେ ବିଭିନ୍ନ ଦାବୀ ନେଇ ରେଳରୋକ । ଷ୍ଟେସନର ଦୋହରିକରଣ, ପାନୀୟ ଜଳ ବ୍ୟବସ୍ଥା, ସେସନରେ ପ୍ରେକ୍ଷାଳୟ ବ୍ୟବସ୍ଥା ଇତ୍ୟାଦି ବ୍ୟବସ୍ଥା ଯୋଗାଇବା ଦାବୀରେ ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକେ ରେଳରୋକ କରିଛନ୍ତି । ଫଳରେ ୩୦ ମିନିଟ୍ କାଳ ଗୁଣପୁର ପୁରୀ ଟ୍ରେନ୍‌ ଅଟକି ରହିଥିଲା । ପରବର୍ତ୍ତୀ ସମୟରେ ଆରପିଏଫ୍‌ ଏବଂ ରେଳବାଇ କର୍ତ୍ତୃପକ୍ଷ ଆସି ବୁଝାସୁଝା କରିବା ପରେ ଆନ୍ଦୋଳନକାରୀମାନେ ଟ୍ରେନ୍‌କୁ ଛାଡିଥିଲେ ।

Leave A Reply

Your email address will not be published.

6 + nine =