ରକ୍ଷା ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ ପ୍ରଧାନମନ୍ତ୍ରୀ ଚୀନ୍‌ର ଅତିକ୍ରମଣ ନେଇ ଭ୍ରମିତ କରିଛନ୍ତି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବୟାନରେ ସ୍ପଷ୍ଟ ହୋଇଯାଇଛି ଯେ ଚୀନ୍‌ ଅତିକ୍ରମଣ ନେଇ ପ୍ରଧାନମନ୍ତ୍ରୀ ଦେଶକୁ ଭ୍ରମିତ କରିଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଆମର ଦେଶ ସର୍ବଦା ଭାରତୀୟ ସେନାଙ୍କ ଠିଆ ହୋଇଥିଲା ଏବଂ ଠିଆ ହୋଇ ରହିବ ମଧ୍ୟ । କିନ୍ତୁ ଆପଣ କେବେ ଚୀନ୍‌ ବିରୁଦ୍ଧରେ ଠିଆ ହେବେ ବୋଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଚୀନ୍‌ ସହ ଚାଲିଥିବା ଦ୍ୱନ୍ଦ୍ୱ ଉପରେ ସରକାର ନିଜର ପକ୍ଷ ରଖିଛନ୍ତି । ଆଜି ସଂସଦରେ ରକ୍ଷାମନ୍ତ୍ରୀ କହିଛନ୍ତି, ଚୀନ୍‌ ଏଲ୍‌ଏସିରେ ବହୁ ସଂଖ୍ୟାରେ ସୈନ୍ୟ ପୁଞ୍ଜ ଓ ଗୋଳାବାରୁଦ ଜମେଇବାରେ ଲାଗିଛି । କିନ୍ତୁ ଭାରତୀୟ ସେନା ମଧ୍ୟ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛନ୍ତି । ତେବେ କଂଗ୍ରେସ ପାର୍ଟିର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚୀନ୍‌ ସେନାଙ୍କ ଅତିକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ବକ୍ରୋକ୍ତି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଗଲୱାନା ଘଟଣା ପରେ ସର୍ବଦଳୀୟ ବୈଠକରେ କହିଥିଲେ ଯେ କେହି ଆମ ଦେଶକୁ ପଶି ନାହାନ୍ତି କିମ୍ବା କେହି କୌଣସି ପୋଷ୍ଟ୍‌ ଉପରେ କବ୍‌ଜା କରି ନାହାନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହା ବି କହିଥିଲେ, ଭାରତ ସବୁବେଳେ ଶାନ୍ତି ଏବଂ ବନ୍ଧୁତା ଚାହେଁ । କିନ୍ତୁ ଦେଶର ଅଖଣ୍ଡତା ସହ ଭାରତ କୌଣସି ବୁଝାମଣା କରିବ ନାହିଁ ।

Leave A Reply

Your email address will not be published.