csstore

ଜୟା ବଚ୍ଚନଙ୍କ ବୟାନ ଉପରେ ରବି କିଶନଙ୍କ ପ୍ରତିକ୍ରିୟା : ଜୟା ବଚ୍ଚନ ମତେ ସମର୍ଥନ କରିବେ ବୋଲି ବିଶ୍ୱାସ ଥିଲା

ନୂଆଦିଲ୍ଲୀ : ଭୋଜପୁରୀ ଫିଲ୍ମ ଜଗତର ସୁପର୍‌ହିଟ୍‌ ଅଭିନେତା ତଥା ବିଜେପି. ସାଂସଦ ରବି କିଶନ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କ ବୟାନ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ କହିଛନ୍ତି, ଜୟା ବଚ୍ଚନ ମତେ ସମର୍ଥନ କରିବେ ବୋଲି ମୋର ବିଶ୍ୱାସ ଥିଲା । ସେ ଏହା ବି କହିଛନ୍ତି ଯେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ସମସ୍ତେ ଡ୍ରଗ୍ସ ନେଉ ନାହାନ୍ତି । କିନ୍ତୁ କିଛି ଲୋକ ଡ୍ରଗ୍ସ ମାମଲାରେ ଜଡ଼ିତ ଅଛନ୍ତି, ଯାହାର ତଦନ୍ତ ଚାଲିଛି । ସୂଚନାଯୋଗ୍ୟ ଯେ, ଗତକାଲି ଲୋକସଭାରେ ସାଂସଦ ରବି କିଶନ ଡ୍ରଗ୍ସ ମାମଲା ଉପରେ ଆଲୋଚନା କରିଥିଲେ । ଏହାକୁ ଆଧାର କରି ସାଂସଦ ଜୟା ବଚ୍ଚନ ବର୍ଷିଥିଲେ ରବି କିଶନଙ୍କ ଉପରେ ।

jayashree
Leave A Reply

Your email address will not be published.