oom

ଅମୃତ ସମାରୋହରେ ସଙ୍ଘତି ମଣ୍ଡଳର ଅତିମାନସ ଜାଗରଣ ଯାତ୍ରା ରଥକୁ ସ୍ୱାଗତ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ସଂଘତି ମଣ୍ଡଳ ଅନ୍ତର୍ଗତ ବରଗଡ଼ ଜିଲ୍ଲା ପରିକ୍ରମା କ୍ରମେ ଆଜି ଝାରବନ୍ଧ ବ୍ଲକରେ ଅତିମାନସ ଜାଗରଣ ଯାତ୍ରାର ଚେତନା ରଥକୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରଥଟି ପାଇକମାଲରୁ ଝାରବନ୍ଧ ଆସିବା ରାସ୍ତାରେ ଟୁହୁଙ୍ଗିଦାଦର ଓ କୋତନାଠାରେ ଗ୍ରାମବାସୀ ଓ ମହିଳାମାନେ ସ୍ୱାଗତ କରି ଦର୍ଶନ କରିଥିଲେ । ପରେ ରଥଟି ଝାରବନ୍ଧ ପହଞ୍ଚିବା କ୍ଷଣି ବନ୍ଦେ ମାତରମ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା । ଝାରବନ୍ଧର ମୁଖ୍ୟ ଚାନ୍ଦିନୀ ଚୌକଠାରେ ରଥକୁ ସ୍ୱାଗତ କରାଯାଇଥିଲା । ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଟ୍ରଷ୍ଟି ଅଇଁଠୁ ପ୍ରଧାନ, ଶିବ ପ୍ରସାଦ ପଟେଲ, ଅଜିତ ସାହୁ, ଆନନ୍ଦ ସାହୁ, ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ କୈଳାଶ ରଣା, ଚନ୍ଦ୍ରହାସ ମହାପାତ୍ର, ବିଶିକେଶନ ଧରୁଆ, ସମେତ ଅଭିଭାବକ, ଅଭିଭାବିକା ଜନସାଧାରଣ ଛାତ୍ରଛାତ୍ରୀମାନେ ସ୍ୱାଗତ ସମ୍ବର୍ଦ୍ଧନା କରି ଦର୍ଶନ କରିଥିଲେ । ପରେ ପଞ୍ଚାୟତ ହାଇସ୍କୁଲ ଝାରବନ୍ଧ ଏବଂ ନୋଡାଲ ସ୍କୁଲଠାରେ ଛାତ୍ରଛାତ୍ରୀମାନେ ମଧ୍ୟ ଶ୍ରୀଅରବିନ୍ଦଙ୍କ ଅତିମାନସ ଜାଗରଣ ଯାତ୍ରାର ରଥକୁ ସ୍ୱାଗତ କରି ଦର୍ଶନ କରିଥିଲେ । ସେହିପରି ରାସ୍ତାରେ ପଞ୍ଚାୟତ ହାଇସ୍କୁଲ ଅମଠିଠାରେ ପ୍ରଧାନ ଶିକ୍ଷକ ନନ୍ଦଲାଲ ନାୟକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ରଥକୁ ସ୍ୱାଗତ କରିଥିଲେ ।

jittmm
Leave A Reply

Your email address will not be published.