pr

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବନମହୋତ୍ସବ ଓ ଗୁରୁ ପୂର୍ଣ୍ଣିମା ପାଳିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରରେ ବନମହୋତ୍ସବ ଓ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ପରିଚାଳନା କମିଟିର ସମ୍ପାଦକ ଜନକଲାଲ ମେହେର, ସଭାପତି ପୃଥ୍ୱୀରାଜ ସାହୁ, ସଙ୍କୁଳ ପ୍ରମୁଖ ଦ୍ଵାଦଶ କୁମାର ପଧାନ, ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ, ଚୈତନ୍ୟ ଗୁରୁଜୀ ପର୍ଯ୍ୟାୟ ପ୍ରମୁଖ, ଦୁର୍ବାଦଳ ସାହୁ ଗୁରୁଜୀ ସମେତ ଅନ୍ୟାନ୍ୟ ଗୁରୁଜୀ ଗୁରୁମା ବିଦ୍ୟା ମନ୍ଦିର ଭାଇ ଭଉଣୀଙ୍କୁ ନେଇ ବିଦ୍ୟା ମନ୍ଦିର ପରିସରରେ ପରିବେଶ ସୁରକ୍ଷା ନିମିତ୍ତ ୧୦୮ଟି ଚାରା ରୋପଣ କରାଯାଇ ବନମହୋତ୍ସବ ପାଳନ କରାଯାଇଥିଲା । ଗୁରୁ ପୂର୍ଣ୍ଣିମା ପାଳନ ଅବସରରେ ଶିଶୁ ମନ୍ଦିର ପରିସରରେ ସଂଜୀବ ସାହୁ ଗୁରୁଜୀ ବୌଦ୍ଧିକ ପ୍ରଦାନ କରିଥିବା ବେଳେ ବିଦ୍ୟା ମନ୍ଦିର ପରିସରରେ ଚିତ୍ରା ଖର୍ସେଲ ଗୁରୁମା ବୌଦ୍ଧିକ ପ୍ରଦାନ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

nrusinghnath
Leave A Reply

Your email address will not be published.