ଦୂଆନପଲ୍ଲୀ ଗ୍ରାମର ଶ୍ରୀଶ୍ରୀ ରାମେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ଭିକାରୀପଲ୍ଲୀ ଗ୍ରାମପଞ୍ଚାୟତ ଅଧୀନସ୍ଥ ଦୂଆନପଲ୍ଲୀ ଗ୍ରାମ ଠାରେ ମାସବ୍ୟାପି ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଶ୍ରୀଶ୍ରୀ ରାମେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆନୁକୂଲ୍ୟରେ ଗତମାସ ୧୨ ତାରିଖରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଖପାଖ ଅଞ୍ଚଳର ସର୍ଵମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟ ର ପ୍ରଥମ ଦିବସରେ ଭିକାରୀପଲ୍ଲୀ ଗୋଷ୍ଠୀ ସହ ଗଣ୍ଡଳା ଗ୍ରାମର ଯୁବ ଗୋଷ୍ଠୀମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ସେମି-ଫାଇନାଲ୍ ଖେଳରେ କରାତଳି ଗ୍ରାମ ଯୁବଗୋଷ୍ଠୀ ସହ ଶିଖରପଲ୍ଲୀ ଯୁବଗୋଷ୍ଠୀ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲ୍ ମେଚ୍ ରେ ଭିକାରୀପଲ୍ଲୀ ସହ ଶିଖରପଲ୍ଲୀ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଭିକାରୀପଲ୍ଲୀ ଗୋଷ୍ଠୀ ବିଜୟୀ ହୋଇଥିଲେ । ଉଦଯାପନୀ ଦିବସରେ ମୁଖ୍ୟଅତିଥୀ ଭାବେ କଂଗ୍ରେସ ଦଳର ଛତ୍ରପୁର ବ୍ଲକ ସଭାପତି ତଥା ଟାଣୁଆ ନେତା ଅବନୀ ଶତପଥୀ, ସୁନ୍ଦରପୁର ପଞ୍ଚାୟତ ର ବିଜେଡି ନେତା ତଥା ପଞ୍ଚାୟତ ସଭାପତି ମନୋରଞ୍ଜନ ବେହେରା, ଦୂଆନପଲ୍ଲୀ ଗ୍ରାମର ସଂଗ୍ରାମୀ ନେତା ତଥା ୧୧ ନମ୍ବର ୱାର୍ଡ-ମେମ୍ବର ଯୋଗେନ୍ଦ୍ର ରାଉଳ ଏବଂ ୧୦ ନମ୍ବର ୱାର୍ଡମେମ୍ବର ନାରାୟଣ ନାହାକ ଏବଂ ପୂର୍ବତନ ନାଏବ ସରପଞ୍ଚ ସନାତନ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟଅତିଥୀ ଅବନୀ ଶତପଥୀ ବିଜୟୀଦଳକୁ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରେଷ୍ଠ ଖେଳାଳି ଭାବେ ରାଜେଶ ପାତ୍ର, ଶାନ୍ତନୁ ପ୍ରଧାନ ସମ୍ମାନୀତ ହୋଇଥିଲେ । ସର୍ବୋପରି ଦୂଆନପଲ୍ଲୀ ଗ୍ରାମର ସମସ୍ତଙ୍କ ସହଯୋଗରେ ସମ୍ପନ୍ନ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ବିକ୍ରମ ନାହାକ ଏବଂ ଗଙ୍ଗାଧର ନାହାକ ନିୟମିତ ଖେଳ ପରିଚାଳନା କରି ବହୁତ ପ୍ରସଂଶିତ ହୋଇଥିଲେ ।

Leave A Reply

Your email address will not be published.