p purohi

ରମ୍ଭା ବଣିକ ସଂଘର ୭୬ତମ ସ୍ୱାଧୀନତା ଦିବସ ପାଳିତ

dr. purohit

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭାବଜାର ବଣିକ ସଂଘ ତରଫରୁ ୭୬ତମ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଟି. କେଦାରନାଥ ସୁବୁଦ୍ଧିଙ୍କ ନେତୃତ୍ୱରେ ସମାଜସେବୀ ସୁବାଷଚନ୍ଦ୍ର ପଣ୍ଡା ଜାତୀୟ ପତକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରିବା ସହ ରମ୍ଭା ସହରର ସମସ୍ତ ବାସିନ୍ଦା, ସଂଘର ସମସ୍ତ ସଦସ୍ୟ, ବିଦ୍ୟାଳୟର ଗୁରୁଜୀ ଗୁରୁମା ଏବଂ ଛାତ୍ରଛତ୍ରୀଙ୍କୁ ସ୍ୱାଧୀନତାର ପୂର୍ବ ଭାଷା ଓ ପରଭାଷା ଏବଂ ମହାପୁରୁଷମାନଙ୍କ ଜୀବନୀ, ଆମ ଭାରତକୁ ଭଲ ପାଇବା ଓ ଜାତୀୟ ପତକାକୁ ସମ୍ମାନ କରିବା ଭାଷଣ ମାଧ୍ୟମରେ ମାର୍ଗଦର୍ଶନ କରାଇଥିଲେ । ତତ୍‌ ସଙ୍ଗେ ସଙ୍ଗେ ଲୋକଙ୍କର ମୌଳିକ ଅଧିକାର ଏବଂ ସ୍ୱଚ୍ଛତା ଉପରେ ଆଲୋକପାତ କରାଇଥିଲେ । ସଂଘର ସମ୍ପାଦକ ଜ୍ୟୋତି ପ୍ରକାଶ ପଣ୍ଡା ଏବଂ କୋଷାଧକ୍ଷ ଧନୁର୍ଯୟ ବିଶ୍ୱାଳ, ନରସିଂହ ସୁବୁଦ୍ଧି, ନାଥମଲ ମୁନ୍ଦ୍ରା, ନବୀନ କୁମାର ସେନାପତି, ଟି. ବାପୁଜୀ ସୁବୁଦ୍ଧି, ଟି. ଅନିଲ କୁମାର ସୁବୁଦ୍ଧି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଟି. ଭୀମସେନ ସୁବୁଦ୍ଧି, ମହେଶ ମୁନ୍ଦ୍ରା, ଦୀପକ କୁମାର ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.