pakka

ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଜାତୀୟ ସଂହତି ଶିବିର ଉଦ୍‌ଘାଟିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶିକ୍ଷା ଜିଲ୍ଲାର ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଜାତୀୟ ସଂହତି ଶିବିର ସେକ୍ଟର ୧ ସ୍କାଉଟ୍ ଭବନ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ବିଶ୍ରା ବ୍ଳକ ଶିକ୍ଷାଧିକାରୀ ପ୍ରଜ୍ଞାପରିମିତା ଜେନାଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି ଉଦ୍‌ଘାଟନୀ ଉତ୍ସବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା, ସାମ୍ବାଦିକ ପୱନ ତିୱାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅଭୟ କୁମାର ବିଶ୍ବାଳ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲା ବେଳେ ଜିଲ୍ଲା ସଂପାଦକ ଶ୍ରୀ ନାୟକ ଅତିଥି ପରିଚୟ ସହ ସ୍ବାଗତ ଭାଷଣ, ସ୍କାଉଟ୍ କମିଶନର ବ୍ରଜେନ୍ଦ୍ର ଦାଶ ଜାତୀୟ ସଂହତି ଶିବିରର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଜୀବନର ଯାବତୀୟ ଝଡଝଞ୍ଜା ମଧ୍ୟରେ ସେବା ମନୋଭାବ ନେଇ କିପରି ଜଣେ ଉତ୍ସର୍ଗୀକୃତ ଭଲ ମଣିଷ ହୋଇପାରିବ ସେ ସଂପର୍କରେ ମତରଖିଥିଲେ । ଶ୍ରୀମତୀ ଜେନା ସଭାପତିତ୍ବ ଅଭିଭାଷଣରେ ବିଦ୍ୟାଳୟ ସ୍ତରରୁ ଶୃଙ୍ଖଳିତ ପ୍ରଶିକ୍ଷଣ ଜଣେ ଶିଶୁକୁ କିପରି ଦେଶ ଭକ୍ତରେ ରୂପାନ୍ତରିତ କରେ ସେ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବିଓ କିଶୋର ଚନ୍ଦ୍ର ଦାସ, ୟୁଥ ହଷ୍ଟେଲର ସଂପାଦକ ନିରଞ୍ଜନ ସାମଲ ଓ ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଉପଦେଷ୍ଟା ପ୍ରଶାନ୍ତ କୁମାର ପତି ମଞ୍ଚାସୀନ ଥିଲେ । ଦ୍ବିତୀୟ ପର୍ୟ୍ୟାୟ କ୍ୟାମ୍ପ ଫାୟାର କାର୍ୟ୍ୟକ୍ରମରେ ଜିଲ୍ଲା ସଂପାଦକ ଶ୍ରୀ ନାୟକଙ୍କ ସଭାପତିତ୍ବରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅସାଧ୍ୟ ସାଧନ କରିବା ପାଇଁ, ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ପାଇଁ ଏଭଳି କାର୍ୟ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଜାତୀୟ ସଂହତି ଶିବିରରେ୫୩ଟି ବିଦ୍ୟାଳୟର ୧୪୮ଜଣ ସ୍କାଉଟ୍, ୧୫୨ଜଣ ଗାଇଡ୍, ୩୩ଜଣ ସ୍କାଉଟ୍ ମାଷ୍ଟର, ୨୬ଜଣ ଗାଇଡ୍ କ୍ୟାପଟେନ ଯୋଗଦେଇ ଥିଲେ । ପରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଯୁଗ୍ମ ସଂପାଦକ ରମାକାନ୍ତ ମଲ୍ଲିକ ଧନ୍ୟବାଦ ଦେଇଥିବା ବେଳେ ସର୍ବଶ୍ରୀ ହିମାଦ୍ରୀ ମହନ୍ତ, ଶିଶିର କୁମାର ପାଣି, ହୃଷିକେଶ ନାୟକ, ସୁଜିତ ତନ୍ତୀ, ସୁଶାନ୍ତ ବିଶ୍ବାଳ, ପିଟର ଏକ୍କା, ବିଦ୍ୟାଧର ସେଠୀ, ଅଜୟ କୁମାର ରାଉତ, ନିରଞ୍ଜନ ମଲ୍ଲିକ, ଶ୍ରୀବତ୍ସ ସାମଲ, ସୁସ୍ମିତା ମହାପାତ୍ର, ମେରୀ ସାହୁ, ଲକ୍ଷ୍ମୀ ସାହୁ, ସୁଜାତା ଦାସ, ସୁଜାତା ମହାନ୍ତି, ମୋହିନୀ କୁମାରୀ ଓ ଅନ୍ୟମାନେ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

12 + 9 =